Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

୨୦୧୩ କେଦାରନାଥରେ ବିପର୍ଯ୍ୟୟ ସମୟରେ ନିଖୋଜ ଥିବା ଲୋକଙ୍କ ମଧ୍ୟରୁ ମିଳିଛି ଏତିକି ଅସ୍ଥି ଅବଶେଷ

21/09/2020 at 5:41 PM

କେଦାରନାଥ ୨୧/୦୯ : ଉତ୍ତରାଖଣ୍ଡରେ ୨୦୧୩ ମସିହାରେ କେଦାରନାଥ ବିପର୍ଯ୍ୟୟ ସମୟରେ ହଜାର ହଜାର ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ୭ ବର୍ଷ ପରେ ମଧ୍ୟ ନିଖୋଜ ଲୋକଙ୍କ ପତା ନ ମିଳିବାରୁ ନର କଙ୍କାଳ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ୨୦୧୩ ଜୁନ ୧୬-୧୭ ତାରିଖରେ କେଦାରନାଥରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ତଥା ଜଳପ୍ରଳୟରେ ଅନେକ ଲୋକ ପ୍ରାଣ ହରାଇବା ସହ ନିଖୋଜ ମଧ୍ୟ ହୋଇଥିଲେ ।

ନିଖୋଜ ଲୋକଙ୍କ ନର କଙ୍କାଳ ଓ ଅସ୍ଥି ଅବଶେଷ ତଲାସୀ ପାଇଁ ଚଳିତ ବର୍ଷ ରୁଦ୍ରପ୍ରୟାଗ ଜିଲ୍ଲାରେ ୧୦ ଟିମ ଗଠନ କରାଯାଇଛି । ବିଭିନ୍ନ ଜାଗାକୁ ଯାଇ ଏହି ଟିମ ୧୬ ତାରିଖରୁ ୨୦ ତାରିଖ ଯାଏଁ ତଲାସୀ ଅଭିଯାନ କରିଥିଲେ । ଏହି ଅଭିଯାନରେ ଥିବା ପର୍ଯ୍ୟବେକ୍ଷକ ଏବଂ ରୁଦ୍ରପ୍ରୟାଗ ପୋଲିସ ଅଧିକ୍ଷକ ନବନୀତ ସିଂହ କହିଛନ୍ତି ଯେ ଟିମକୁ ୪ଟି ନର କଙ୍କାଳ ମିଳିଛି ।

ଏହି କଙ୍କାଳକୁ ବ୍ୟାଗରେ ଭର୍ତ୍ତି କରି ସୋନପ୍ରୟାଗ ଅଣାଯାଇଥିଲା । ଏଠାରେ ବିଧିବଦ୍ଧ ଭାବେ ପଞ୍ଚାୟତନାମା ଭରି ଡିଏନଏ ନମୁନା ସଂଗ୍ରହ କାର୍ଯ୍ୟ ସମାପନ ହୋଇଥିଲା । ଏହାପରେ ମନ୍ଦାକିନୀ ଓ ସୋନ ନଦୀ ସଙ୍ଗମ ସ୍ଥଳରେ ଅସ୍ଥି ଅବଶେଷ ନିୟମ ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥିଲା । ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଏହି ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା ।

ପୋଲିସ ଅଧିକ୍ଷକଙ୍କ ନେତୃତ୍ୱରେ ଅଭିଯାନରେ ଯାଇଥିବା ପ୍ରତ୍ୟେକ ଟିମରେ ୬ଜଣ ସଦସ୍ୟ ଥିଲେ । ଏଥିରେ ଦୁଇ ଜଣ ଲେଖାଏଁ ପୋଲିସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରତିବାଦନ ବଳ (SDRF) କର୍ମୀ ତଥା ଡିଏନଏ ନମୁନା ନେବା ପାଇଁ ଫାର୍ମାସିଷ୍ଟ ସାମିଲ ଥିଲେ । ସେଠାରେ ହୋଇଥିବା ବିଭିନ୍ନ ତଲାସୀ ଅଭିଯାନରେ ଏବେ ସୁଦ୍ଧା ୭୦୩ ଜଣଙ୍କ ଅବଶେଷ ମିଳିଛି । ଏବେ ମଧ୍ୟ ୩ ହଜାର ୧୮୩ ଜଣ ନିଖୋଜ ଅଛନ୍ତି ।

   Related Posts