ଅଖା ବସ୍ତାରେ ବନ୍ଧା ଅବସ୍ଥାରେ କଙ୍କାଳ ଜବତ
2/04/2019 at 10:56 AM

ଗଞ୍ଜାମ ୨|୪ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଗୁହାଳପୁର ଗାଁ ଆକାଟ ବନ୍ଧରେ ପଡିଛି କଙ୍କାଳ । ଦୁଇଟି ଅଖା ବସ୍ତାରେ ବାନ୍ଧି ହୋଇ ରହିଛି କଙ୍କାଳ। ଗାଁ ଲୋକେ ବନ୍ଧ କାମ ପାଇଁ ବନ୍ଧକୁ ପାଇପ୍ ଦ୍ବାରା ସୁଖାଇବା ପରେ ଏହି ଦୁଇଟି ବସ୍ତା ଦେଖିବାକୁ ମିଳିଥିଲା । ଗାଁ ଲୋକେ ଅନୁମାନ କରୁଛନ୍ତି ଯେ, ଗୁହାଳପୁର ଗାଁର କାଶୀ ପ୍ରଧାନଙ୍କ ପୁଅ କାଳୁ ପ୍ରଧାନ ବୟସ ୩୫ ସେ ଦଶ ବର୍ଷ ହେଲା ବାହା ହୋଇଥିଲେ ସୁଦ୍ଧା ଦୀର୍ଘ ଦୁଇ ବର୍ଷ ହେଲା ଘରେ କଳି କରି ଭୁବନେଶ୍ବର ଦାଦନ ଶ୍ରମିକ ଭାବେ କାମ କରିବାକୁ ଚାଲି ଯାଇଥିଲେ। ତାପରଠାରୁ ସେ ପରିବାର ସହ ଯୋଗାଯୋଗରେ ନଥିଲେ। କଙ୍କାଳର ହାଡରେ ଷ୍ଟିଲ୍ ରଡ୍ ପଡିଥିବାର ଦେଖି ପରିବାର ଲୋକେ ମଧ୍ୟ କାଳୁ ବୋଲି ଅନୁମାନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପୋଲିସ ପହଁଚି ନାହିଁ ।