ବାବ୍ରି ମାମଲାରେ ରାୟ ଶୁଣାଇବା ପୂର୍ବରୁ ସିବିଆଇ ଜଜ୍ ଏସକେ ଯାଦବ ସକାଳେ ବେଶ୍ କିଛି ସମୟ ପୂଜା ପ୍ରାର୍ଥନାରେ କାଟିଥିଲେ, ପରିବାର ସହ ବିତାଇଥିଲେ କିଛି ସମୟ

Published By : Prameya-News7 Bureau | September 30, 2020 IST

ଲକ୍ଷ୍ନୌ, ୩୦ ।୦୯:  ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ ଅଦାଲତ ବାବ୍ରି ମସଜିଦ ବିଧ୍ୱଂସ ମାମଲାରେ ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।୨୮ ବର୍ଷ ପରେ ଏହି ମାମଲାର ରାୟ ଆସିଛି । ୨୦୦୦ ପୃଷ୍ଠାର ରାୟରେ ଏହି ଘଟଣା ପୂର୍ବଯୋଜନା ମୁତାବକ ନଥିଲା ବୋଲି କୁହାଯାଇଛି ।

ଏହି ମାମଲାର ରାୟ ଶୁଣାଇଥିଲେ ସିବିଆଇର ନ୍ୟାୟାଧିଶ ଏସକେ ଯାଦବ । ସବୁଦିନ ଭଳି ବୁଧବାର ମଧ୍ୟ ତାଙ୍କ ପାଇଁ ଏକ ସାଧାରଣ ଦିନ ଥିଲା । ଯାଦବ ଗତ ୫ ବର୍ଷ ଧରି ଏହି ମାମଲାର ଶୁଣାଣି କରୁଛନ୍ତି । ଏହାସହ ଗତ ୩୦ ଦିନ ଧରି ସେ ଏହି ମାମଲାର ସମସ୍ତ ସାକ୍ଷ୍ୟ, ପ୍ରମାଣକୁ ଟିକନିକ୍ କରି ଧ୍ୟାନ ଦେଉଥିଲେ । ଏହା ତାଙ୍କ କାର୍ଯ୍ୟକାଳରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାମଲା ବୋଲି ମଧ୍ୟ କୁହାଯାଏ ।

{"id":336711,"sizeSlug":"large"}

ବୁଧବାର ସକାଳେ ଠିକ୍ ରାୟ ପ୍ରକାଶ ପାଇବା ପୂର୍ବରୁ କିଛି ଗଣମାଧ୍ୟମ ପ୍ରତିନିଧି ଏସକେ ଯାଦବଙ୍କ ଘରକୁ ଯାଇଥିଲେ ।ସେହି ସମୟରେ ସେମାନେ ଏସକେ ଯାଦବ ଓ ତାଙ୍କ ପରିବାର ଲୋକଙ୍କ କିଛି ଫଟୋ ଉଠାଇଥିଲେ । ଏପରିକି ଏକ ଫଟୋରେ ସେ ପରିବାର ଲୋକଙ୍କ ସହ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଥିଲା ।

ଅନ୍ୟ ଏକ ଫଟୋରେ ଏସକେ ଯାଦବ ପୂଜାପାଠ କରୁଥିବା ନଜର ଆସିଛନ୍ତି । ଏପରିକି ପୂଜାପାଠ କରିବା ପରେ ସେ ତାଙ୍କ ପତ୍ନୀ ଉର୍ମିଳା ଯାଦବଙ୍କ ସହ କିଛି ସମୟ ଅତିବାହିତ କରିଥିଲେ । ଆଲୋଚନା ମଧ୍ୟ କରିଥିଲେ ।

{"id":336712,"sizeSlug":"large"}

ସୂଚନାଯୋଗ୍ୟ, ଏହି ମାମଲାର ଶୁଣାଣି ପାଇଁ ଏସକେ ଯାଦବଙ୍କ କାର୍ଯ୍ୟକାଳକୁ ତିନି ଥର ବୃଦ୍ଧି କରାଯାଇଛି । ତେବେ ବୁଧବାର ଏହି ଦୁଇ ଦଶନ୍ଧି ପୁରୁଣା ମାମାଲର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା ବୋଲି ସେ ନିଜେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.