ଦେଶର ୬୩ ଜିଲ୍ଲାରେ ନାହିଁ ବ୍ଲଡ୍‌ ବ୍ୟାଙ୍କ, ସଂସଦରେ ଜବାବ ଦେଲେ ସରକାର

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ ୩୦/୭: କରୋନା କାଳରେ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଜୋର ଦେଉଛନ୍ତି। ଏହା ସହ ଦେଶରେ ରୋଗୀଙ୍କ ପାଇଁ ରକ୍ତ ଆବଶ୍ୟକତା ପୂରଣ  କରିବା ଦିଗରେ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ବ୍ଲଡ୍‌ କ୍ୟାମ୍ପ ଆୟୋଜନ ହେଉଛି । ସୁସ୍ଥ ଲୋକମାନେ ସ୍ବଇଚ୍ଛାରେ ରକ୍ତ ଦାନ ମଧ୍ୟ କରୁଛନ୍ତି। କିନ୍ତୁ ଏହାରି ଭିତରେ ମିଳିଥିବା ଏଖ ଖବର ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି ସରକାରଙ୍କ ଉଦସୀନତାକୁ ପଦାରେ ପକାଇଛି ।

ଏବେ ଦେଶ​‌ରେ ମୋଟ ୩୫୦୦ ମାନ୍ୟତାପ୍ରାପ୍ତ ବ୍ଲଡ୍‌ ବ୍ୟାଙ୍କ ରହିଛି। କିନ୍ତୁ ଭାରତରେ ଏମିତି ୬୩ଟି ଜିଲ୍ଲା ରହିଛି ଯେଉଁଠାରେ ଗୋଟିଏ ବି ବ୍ଲଡ୍‌ ବ୍ୟାଙ୍କ ନାହିଁ। ତେବେ ଏନେଇ ଖୋଦ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଶୁକ୍ରବାର ଲୋକସଭାରେ କହିଛନ୍ତି । ଦେଶରେ ପ୍ରତି ଜିଲ୍ଲାରେ ବ୍ଲଡ୍‌ ବ୍ୟାଙ୍କ ତିଆରି କରିବାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ନ୍ୟାସନାଲ୍‌ ବ୍ଲଡ୍‌ ବ୍ୟାଙ୍କ ପଲିସି ଅନୁସାରେ ପ୍ରତି ଜିଲ୍ଲାରେ ବ୍ଲଡ୍‌ ବ୍ୟାଙ୍କ ହେବା ଜରୁରୀ ।

ପଲିସିରେ ହବ୍‌ ଏବଂ ସ୍ପୋକ୍‌ କଥା କୁହାଯାଇଛି। ହବ୍‌ରେ ରକ୍ତ ଏକତ୍ରିତ ଏବଂ ପ୍ରୋସେସ୍‌ କରାଯିବାକୁ ଥିବା ବେଳେ ସ୍ପୋକ ଜରିଆରେ ବିତରଣ କରାଯିବ। ଏହାକୁ ଛୋଟ ବ୍ଲଡ୍‌ ବ୍ୟାଙ୍କ ବା ବ୍ଲଡ୍‌ ଷ୍ଟୋରେଜ୍‌ ବୋଲି କୁହାଯାଏ। ସଂସଦରେ ଲିଖିତି ଜବାବରେ ମନ୍ତ୍ରୀ କହିଛନ୍ତି, ‘ ଦେଶର ୬୩ ଜିଲ୍ଲାରେ ଗୋଟିଏ ବି ବ୍ଲଡ୍‌ ବ୍ୟାଙ୍କ ନାହିଁ।’  ମାଣ୍ଡଭିୟ କହିଛନ୍ତି, ‘ବିଭିନ୍ନ କାରଣ ପାଇଁ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ କରୁଛନ୍ତି। କିନ୍ତୁ ଏହି ସବୁ ଜିଲ୍ଲାର ରକ୍ତ ଆବଶ୍ୟକତା ପଡ଼ୋଶୀ ଜିଲ୍ଲାର ବ୍ଲଡ୍‌ ବ୍ୟାଙ୍କ ଜରିଆରେ ପୂରଣ କରଯାଉଛି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.