Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ନଭେମ୍ବର ୧୫ରୁ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଠପଢା ଆରମ୍ଭ

10/11/2021 at 5:10 PM

ଭୁବନେଶ୍ଵର ୧୦।୧୧: କରୋନା ପ୍ରକୋପ କମୁଥିବାରୁ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଧିରେ ଧିରେ ସ୍ଵାଭାବିକ ସ୍ଥିତିକୁ ଫେରିବାକୁ ଲାଗିଛି। ଏବେ ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ। ପିଲାମାନେ ସ୍କୁଲ ଯାଇ ପାଠପଢିବେ। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କୋଭିଡ୍ ଗାଇଡ୍‌ଲାଇନ୍‌ ଭିତରେ ପାଠପଢା ହେବ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଅକ୍ଟୋବର ୨୫ରେ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଥିଲା। ସେହିପରି ଅକ୍ଟୋବର ୨୧ରୁ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି। ଏହି କ୍ରମରେ ପାଖାପାଖି ୨୦ ମାସ ପରେ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଛି। କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁସାରେ ବିଦ୍ୟାଳୟରେ ପାଠପଢା ଯିବ।

ଏ ନେଇ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସକାଳ ୯ଟା ୩୦ରୁ ଦିନ ୧ଟା ପର୍ଯ୍ୟନ୍ତ ଶ୍ରେଣୀଗୃହରେ ପାଠ ପଢାଯିବ। ଛାତ୍ର-ଛାତ୍ରୀ ନିଜ ଇଚ୍ଛା ଅନୁସାରେ ଅନଲାଇନ୍ ବା ଶ୍ରେଣୀ ଗୃହ ଆସି ପଢି ପାରିବେ।

୨୦୨୦ ଜାନୁଆରୀରୁ କରୋନା ପ୍ରକୋପ ଆରମ୍ଭ ହେବା ପରେ ମାର୍ଚ୍ଚ ମାସରୁ ବିଦ୍ୟାଳୟରେ ତାଲା ଝୁଲିଥିଲା। ପ୍ରଥମ ଲହର କମିବା ପରେ ଦ୍ଵାଦଶ ଏବଂ ଦଶମ ଶ୍ରେଣୀ ପାଠପଢା କିଛିଟା ଆରମ୍ଭ ହୋଇଥିଲା। ହେଲେ ଦ୍ଵିତୀୟ ଲହର କାରଣରୁ ପ୍ରଥମରୁ ନବମ ଯାଏଁ ସ୍କୁଲ ବନ୍ଦ ରହିଥିଲା। ଏବେ ସ୍ଥିତିରେ ସୁଧାର ଆସୁଥିବାରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଶ୍ରେଣୀର ପାଠପଢା ଆରମ୍ଭ ହୋଇଛି। ପ୍ରଥମରୁ ପଞ୍ଚମ ଯାଏଁ ଶ୍ରେଣୀ ଗୃହ କେବେ ଖୋଲିବ ତା ଉପରେ ଏବେ ସଭିଙ୍କ ନଜର।

   Related Posts