Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

କ୍ରିକେଟ ଜଗତର ‘ସିକ୍ସର୍ ହିଟର’, ଲଗାଇଛନ୍ତି ୫୦୦ରୁ ଅଧିକ ଛକା

8/04/2020 at 11:00 AM

ଲଣ୍ଡନ, ୦୮|୦୪:  କ୍ରିକେଟରେ ସମସ୍ତ ବ୍ୟାଟସମ୍ୟାନ ଛକା ଲଗାଇବା ପାଇଁ ପ୍ରୟାସ କରିଥାନ୍ତି । ବର୍ତ୍ତମାନ ଟି୨୦ ଓ ଦିନିକିଆରେ ଅନେକ ଖେଳାଳି ଆକାଶ ଛୁଆଁ ଛକା ଲଗାଇଥାନ୍ତି । କ୍ରିକେଟ ଦୁନିଆରେ ରୋହିତ ଶର୍ମା ହିଟମ୍ୟାନ୍ ଭାବେ ଜଣାଶୁଣା । ରୋହିତ ଏବେ ସୁଦ୍ଧା ୩୬୪ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ୪୨୩ଟି ଛକା ଲଗାଇଛନ୍ତି । ସ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ସାହିଦ ଆଫ୍ରିଦି ୪୭୬ ଛକା ସହ ଦ୍ୱିତୀୟ ଓ କ୍ରିସ୍ ଗେଲ ୫୩୪ଟି ଛକା ସହ ପ୍ରଥମ ସ୍ଥାନରେ ରହିଛନ୍ତି ।

ତେବେ ପୂର୍ବରୁ ଇଂଲଣ୍ଡର ଆର୍ଥର ବୋଲାର୍ଡ ସିକ୍ସର୍ ହିଟର୍ ଭାବେ ପରିଚିତ ଥିଲେ । ତାଙ୍କର ଫାଷ୍ଟକ୍ଲାସ କ୍ୟାରିଅରରେ ୧୯ ରନର ଆଭରେଜ ରହିଥିଲେ ମଧ୍ୟ ସେ ୫୦୦ରୁ ଅଧିକ ଥର ବଲକୁ ବାଉଣ୍ଡରୀ ଆରପଟକୁ ପଠାଇଛନ୍ତି । ତାଙ୍କର ଆଜି ଜନ୍ମଦିନ । ସେ ୧୯୦୨ ଏପ୍ରିଲ ୮ ତାରିଖରେ ଜନ୍ମ ହୋଇଥିଲେ । ୧୯୮୦ରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା ।

ସେ ଅଗଷ୍ଟ ୨୪, ୧୯୩୮ରେ ଅଲରାଉଣ୍ଡର ଫ୍ରେକ୍ ବୁଲିଙ୍କ ଗୋଟିଏ ଓଭରରେ ୫ଟି ଛକା ମାରିଥିଲେ । ସେ ନିଜ କ୍ୟାରିଅରରେ ୨ ଥର ଗୋଟିଏ ଓଭରରେ ୫ଟି ଛକା ମାରିଛନ୍ତି । ଏହି ରେକର୍ଡ ୩୦ ବର୍ଷ ଯାଏଁ ଅତୁଟ ରହିଥିଲା । ସେ ୧୯୩୫ରେ ୭୨ଟି ଛକା ଲଗାଇଥିଲେ । ଏହି ରେକର୍ଡ ୫୦ ବର୍ଷ ଯାଏଁ କାଏମ ରହିଥିଲା ।

୧୯୬୮ରେ ଗେରୀ ସୋଭର୍ସ ଗୋଟିଏ ଓଭରରେ ୬ଟି ଛକା ମାରି ଇତିହାସ ରଚିଥିଲେ । ଏହାପରେ ଅନେକ କ୍ରିକେଟର ଗୋଟିଏ ଓଭରରେ ୬ଟି ଛକା ଲଗାଇ ସାରିଛନ୍ତି ।

   Related Posts