Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖେଳୁ ଖେଳୁ ପୋଖରୀରେ ବୁଡ଼ି ଚାଲିଗଲା ୬ ବର୍ଷ ଝିଅର ଜୀବନ: ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ

9/08/2020 at 3:32 PM

ଜଗତସିଂହପୁର୯/୮: ଖେଳୁ ଖେଳୁ ପୋଖରୀ​‌ରେ ବୁଡି ୬ ବର୍ଷ ଶିଶୁର ମୃତ୍ୟୁ।  ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତାଳଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ପିଲାଟି ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ଯାଇଥିଲା। ଯାହାଫଳରେ ପିଲାଟି ଆଖି ବୁଜି ଦେଲା। ମୃତ ଶିଶୁ କନ୍ୟା ହେଲା ତାଳ ଗାଁର ଆଲୋକ ସେଠୀଙ୍କ ଝିଅ ଆଦ୍ୟଶା ପ୍ରିୟ ଦର୍ଶିନୀ ସେଠି। ଗୁରୁତର ଅବସ୍ଥାରେ ତାଙ୍କୁ ପାଣିରୁ ଉଦ୍ଧାର କରି ବାଲିକୁଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ। ୬ ବର୍ଷ ଝିଅର ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

   Related Posts