ଭୁବନେଶ୍ୱର କାର୍ଗିଲ ବସ୍ତିରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | August 26, 2018 IST

ଭୁବନେଶ୍ୱର ୨୬/୮ : ରାଜଧାନୀ ପୁଣି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଖୋଦ୍ ରାଜଧାନୀରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି କୋମଳମତି ଶିଶୁ । ଭୁବନେଶ୍ୱର କାର୍ଗିଲ ବସ୍ତିରେ ୬ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ୧୩ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ନାବାଳିକାର ପରିବାରଲୋକ । ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଧାରା ୩୭୬ (ଏ,ବି), ପକ୍ସୋ ଆକ୍ଟ (୪)ରେ ମାମଲା ରୁଜୁ କରିଛି ପୋଲିସ । ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି । ଆଜି ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.