ଗୋରୁ ଚାଲାଣ ବେଳେ ୬ଟି ଟ୍ରକ୍ ଜବତ ; ପୋଲିସ ଉପରକୁ ଗୁଳି ଚଳାଇଲେ ମାଫିଆ, ୩ ଗିରଫ
12/10/2019 at 9:54 AM

ଢେଙ୍କାନାଳ ୧୨।୧୦: ଢେଙ୍କାନାଳ ନିତ୍ୟାନନ୍ଦପୁରରେ ୬ଟି ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଛି । ୬ଟି ଟ୍ରକରୁ ହଜାରରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।

ରାଜ୍ୟ ବାହାରକୁ ଗୋରୁ ଚାଲାଣ ହେବାର ସୂଚନା ପାଇ ରାଜ୍ୟ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢାଉ କରିଥିଲା । ପୋଲିସର ଚଢାଉ ବେଳେ ଗୋରୁ ମାଫିଆ ପୋଲିସ ଉପରକୁ ଗୁଳି ଚଲାଇଥିଲେ । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନି । ଟ୍ରକରେ ଗୁଳି ବାଜିଛି । ଘଟଣାରେ ୩ ଜଣ ଗୋରୁ ମାଫିଆଙ୍କୁ ଗିରଫ କରିଛି ପୋଲିସ ।