Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ

8/03/2021 at 9:48 AM

ଢେଙ୍କାନାଳ ୮।୩: ଢେଙ୍କାନାଳରେ ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର । ଏକାଠି ଯୋଡିହେବ କପିଳାଶ ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନ ସ୍ଥଳୀ । ରାଜ୍ୟ ସରକାରଙ୍କ ଇକୋ ଟୁରିଜିମ ପ୍ରକଳ୍ପ ପର୍ଯ୍ୟଟକମାନଙ୍କ ପାଇଁ ଆଣିବ ପର୍ଯ୍ୟାପ୍ତ ସୁଯୋଗ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ତଥା ଶୈବପୀଠ ଢେଙ୍କାନାଳର କପିଳାଶ, ବିଶ୍ବ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟପୀଠ ମହିମା ଗାଦି ଜୋରନ୍ଦା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସପ୍ତଶଯ୍ୟାର ହେବ ସଂଯୋଗୀକରଣ । ପର୍ଯ୍ୟଟକମାନଙ୍କ ପାଇଁ ଦୀର୍ଘ ବର୍ଷର ସ୍ବର୍ଣ୍ଣ ତ୍ରିଭୁଜ ଯୋଜନାର ଆଉ ଟିକିଏ ଆଗକୁ ବଢ଼ିଛନ୍ତି ରାଜ୍ୟ ସରଜାର । ପର୍ଯ୍ୟଟକମାନଙ୍କୁ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳୀମାନଙ୍କୁ ଆହୁରି ଆକୃଷ୍ଠ କରାଇବା ସହିତ ଖୁବ୍ ସହଜରେ ବୁଲି ମଜା ଉଠାଇବା ପାଇଁ ସ୍ବତନ୍ତ୍ର ଭାବେ ସଂଯୋଗୀକରଣ କରିବାକୁ ଇକୋ ଟୁରିଜିମ୍ ପ୍ରକଳ୍ପ ମାଧ୍ୟମରେ ଉଦ୍ୟମ କରାଯାଉଛି ।

ଏପରିକି ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କପିଳାଶ, ସପ୍ତଶଯ୍ୟା ଓ ଜୋରନ୍ଦା ମହିମା ଗାଦି ସମେତ ଦଣ୍ଡାଧାର ଓ ଦଦରାଘାଟିକୁ ଏହି ଇକୋ ଟୁରିଜିମ୍ ପ୍ରକଳ୍ପରେ ଯୋଡି ହେବାକୁ ଯାଉଛି । ଫଳରେ ଢେଙ୍କାନାଳକୁ ଆସୁଥିବା ପର୍ଯ୍ୟଟକମାନେ ଖୁବ୍ ସହଜରେ ଏହି ସବୁ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଅନେକ ସୁବିଧା ସୁଯୋଗର ମଜା ଉଠାଇବେ ବୋଲି ଜଣାପଡିଛି ।

ଏ ସମ୍ପର୍କରେ ରାଜ୍ୟ ସରକାର ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

   Related Posts