ସମ୍ପର୍କକୁ ସଫଳ କରିବ ଏହି ୬ଟି ରହସ୍ୟ : ମିଳିବ ଜୀବନସାଥୀଙ୍କ ଅତୁଟ ପ୍ରେମ

Published By : Prameya-News7 Bureau | May 13, 2020 IST

ସମ୍ପର୍କକୁ ସଫଳ କରିବା କୌଣସି ଯାଦୁର କାମ ନୁହେଁ। ଅନେକ ଛୋଟ ଛୋଟ ଜିନିଷକୁ ନେଇ କପଲ୍ସଙ୍କ ମଧ୍ୟରେ ମତାନ୍ତର ହୋଇଥାଏ। ସମ୍ପର୍କ ବହୁତ ପରିଶ୍ରମ,ଦାୟିତ୍ବ ଏବଂ ଉଦ୍ୟମରେ ଲିଭାଯାଇଥାଏ। ସମ୍ପର୍କକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ କପଲ୍ସଙ୍କୁ ଏହି ୬ଟି କାମ ନିଶ୍ଚୟ କରିବା ଉଚିତ୍।

{"id":269152,"sizeSlug":"large"}

୧. ପରସ୍ପରକୁ ହସାନ୍ତୁ : ପରସ୍ପର ସହ ମନ ଖୋଲି ହସନ୍ତୁ କାରଣ ହସିବା ଦ୍ବାରା ଶରୀରରେ ଅକ୍ସିଟୋସିନ୍ ହରମୋନ୍ ସୃଷ୍ଟି ହୋଇଥାଏ ଯାହା ମୁଡ ଭଲ ରଖିଥାଏ। ସବୁବେଳେ ହସୁଥିବା କପଲ୍ ଏକାଠି ବହୁତ ଖୁସି ରହିଥାନ୍ତି। ଏମାନେ ହସି ହସି ଜୀବନର ଅନେକ କଷ୍ଟକୁ ସହଜରେ ସମାଧାନ କରିଥାନ୍ତି। ଯଦି ଆପଣ ସମ୍ପର୍କକୁ ସଫଳ କରିବାକୁ ଚାହୁଁଛନ୍ତି ତେବେ ପରସ୍ପରକୁ ହସାନ୍ତୁ। ଏହା ଦ୍ବାରା ସମ୍ପର୍କ ବଳବତ୍ତର ରହିବ।

{"id":269153,"sizeSlug":"large"}

୨. ମନରେ ସଦ୍ଭାବ ରଖନ୍ତୁ : ଯେଉଁ କପଲ୍ ସବୁବେଳେ ଖୁସି ରହିଥାନ୍ତି ସେମାନେ ପରସ୍ପର ପ୍ରତି କୌଣସି କୁତ୍ସିତ ଚିନ୍ତାଧାରା ରଖନ୍ତି ନାହିଁ। ପ୍ରତ୍ୟେକ ସମ୍ପର୍କରେ ବହୁତ ଲଢ଼େଇ ଝଗଡ଼ା ହୋଇଥାଏ କିନ୍ତୁ ଉଦ୍ୟମ କରନ୍ତୁ ଶୋଇବା ପୂର୍ବରୁ ନିଜ ସମସ୍ୟାର ସମାଧାନ କରନ୍ତୁ ଯାହା ଫଳରେ ଆଗାମୀ ଦିନର ଆରମ୍ଭ ଭଲ ହେଉ। ନିଜ ଭାବନାକୁ ଖୋଲି ପରସ୍ପର ସାମନାରେ ରଖନ୍ତୁ ଯାହା ଦ୍ବାରା ଆପଣଙ୍କ ପାର୍ଟନର ଭବିଷ୍ୟତରେ ସେହି ଜିନିଷ ପ୍ରତି ଧ୍ୟାନ ରଖିବେ।

{"id":269155,"sizeSlug":"large"}

୩. ପରସ୍ପର ପ୍ରତି ସମ୍ବେଦନଶୀଳ ହୁଅନ୍ତୁ : ସମ୍ପର୍କର ଆନନ୍ଦ ଉଠାଇବା ପାଇଁ ପରସ୍ପର ପ୍ରତି ସମ୍ବେଦନଶୀଳ ହୁଅନ୍ତୁ ଏବଂ ପ୍ରତ୍ୟେକ କ୍ଷଣର ଭରପୂର ମଜା ଉଠାନ୍ତୁ। ଆପଣ ସମ୍ପର୍କର ଗଭୀରତାକୁ ବୁଝି ପାରିବେ ନାହିଁ ଯେତେ ପର୍ଯ୍ୟନ୍ତ ଆପଣ ପାର୍ଟନର ସହ ଖୋଲି ଜୀବନ ବିତାଇ ନାହାନ୍ତି।  ପରସ୍ପର ସହ ନିଜ ଡର,ଖୁସି ଏବଂ ଚିନ୍ତା ବିଷୟରେ କଥା ହୁଅନ୍ତୁ। ଏହା ଦ୍ବାରା ଆପଣଙ୍କ ସମ୍ପର୍କ ମଜବୁତ ହେବ।

{"id":269156,"sizeSlug":"large"}

୪. କୌଣସି ସିକ୍ରେଟ ରଖନ୍ତୁ ନାହିଁ : ପାର୍ଟନରଙ୍କ ସହ କୌଣସି ଜିନିଷ ସିକ୍ରେଟ୍ ରଖିଲେ ଏହା ଆପଣଙ୍କ ସମ୍ପର୍କ ପାଇଁ ପାଇଁ କ୍ଷତିକାରକ ହୋଇପାରେ। ଖାସ୍ କରି ଏପରି କଥା ଯାହା ଆପଣ ନିଜ ପାର୍ଟନରଙ୍କୁ କହିନଥିବେ ଏବଂ ତାଙ୍କୁ ଏହା ଅନ୍ୟଠୁ ଜଣା ପଡ଼ିବ। ଟଙ୍କା-ପଇସା,ସମ୍ପର୍କୀୟ କିମ୍ବା ଘରର କୌଣସି ସଦସ୍ୟଙ୍କ ସହ ଜଡ଼ିତ କୌଣସି କଥା ଯାହା ଆପଣଙ୍କୁ ବିଚଳିତ କରୁଥିବ,ତାହାର ଚର୍ଚ୍ଚା ନିଜ ପାର୍ଟନରଙ୍କ ସହ କରନ୍ତୁ। ଯଦି ଆପଣ ପରସ୍ପରକୁ ଭଲ ଭାବେ ବୁଝୁଛନ୍ତି ତେବେ ସେ ଆପଣଙ୍କ ଏହି କଥାକୁ ମଧ୍ୟ ବୁଝିବେ।

{"id":269160,"sizeSlug":"large"}

୫. ପାର୍ଟନରଙ୍କୁ ନିଜ କଥା ରଖିବାର ସୁଯୋଗ ଦିଅନ୍ତୁ : ସମସ୍ତେ ନିଜ କଥା ଖୋଲି କହିବାକୁ ଚାହଁନ୍ତି। ନିଜ ସାଥୀଙ୍କୁ ତାଙ୍କ କଥା ରଖିବାର ପୂରା ସୁଯୋଗ ଦିଅନ୍ତୁ ଏବଂ ଯେତେବେଳେ ସେ ନିଜ କଥା ରଖୁଥିବେ ସେତେବେଳେ କୌଣସି ବାଧା ନଦେଇ ତାଙ୍କ କଥା ଶୁଣନ୍ତୁ। ସଫଳ ସମ୍ପର୍କର ଏହା ହେଉଛି ପରିଚୟ। ପରସ୍ପରର କଥା କାଟିବା ଦ୍ବାରା କଥା ପୂରା ହୋଇନଥାଏ ଏବଂ ସମ୍ପର୍କରେ ମଧ୍ୟ ତିକ୍ତତା ଆସିଥାଏ।

{"id":269162,"sizeSlug":"large"}

୬. ପରସ୍ପରକୁ ସ୍ପେସ୍ ଦିଅନ୍ତୁ : ସମ୍ପର୍କକୁ ସଫଳ କରିବା ପାଇଁ ପରସ୍ପରକୁ ସ୍ପେସ୍ ଦିଅନ୍ତୁ। ପାର୍ଟନରଙ୍କ ସ୍ବପ୍ନ ଏବଂ ଲକ୍ଷ୍ୟ ଆଡ଼କୁ ବଢ଼ିବା ପାଇଁ ତାଙ୍କ ସହଯୋଗ କରନ୍ତୁ। ଜରୁରୀ ନୁହେଁ ଯେ ୨ଜଣଙ୍କ ବିଚାର ସମାନ ହେଉ। ପରସ୍ପରଙ୍କ ଅସହମତିକୁ ମଧ୍ୟ ସମ୍ମାନର ସହ ସ୍ବୀକାର କରନ୍ତୁ।

{"id":269163,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.