ହ୍ୟୁମ ପାଇପ୍ ଭିତରେ ଅଜଗର ବସା : ଗୋଟିଏ ପରେ ଗୋଟିଏ କରି ବାହାରିଲେ ୬ଟି ସାପ, ୧୨ଫୁଟ ରୁ ୧୮ ଫୁଟ ଲମ୍ବା

Published By : Prameya-News7 Bureau | January 13, 2020 IST

ଢେଙ୍କାନାଳ ୧୩।୦୧: ହ୍ୟୁମ୍‌ ପାଇପ୍‌ରୁ ୬ଟି ବିଶାଳକାୟ ଅଜଗର ସାପ ଉଦ୍ଧାର । ଢେଙ୍କାନାଳ ସପ୍ତଶଯ୍ୟା ଗାଁର ଏକ ପୋଖରୀରେ ଥିବା ହ୍ୟୁମ୍ ପାଇପ୍‌ ମଧ୍ୟରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ବନବିଭାଗ  ତତ୍ତ୍ବାବଧାନରେ ଢେଙ୍କାନାଳ ବନ୍ୟକ୍‌ ଫାଉଣ୍ଡେସନ୍‌ ସାପଗୁଡ଼ିକୁ ଉଦ୍ଧାର କରି ନିକଟସ୍ଥ ସଂଧ୍ୟାରେ ଉଦ୍ଧାର ସାପଗୁଡିକୁ ଜଙ୍ଗଲ ବିଭାଗ ସହାୟତାରେ କୁରୁମୁଟାଙ୍ଗର ଜଙ୍ଗଲରେ ଛାଡ଼ି ଦିଆଯାଇଛି

{"id":210604,"sizeSlug":"large"}

ଢେଙ୍କାନାଳ ସପ୍ତଶଯ୍ୟା ବଡ଼ବନ୍ଧ ନିକଟରେ ଏକ ବଡ଼ ଅଜଗର ସାପକୁ ଛେଳି ଚରାଳିମାନେ ଦେଖିବାକୁ ପାଇଥିଲେ। ଏ ସଂପର୍କରେ ତୁରନ୍ତ ସେମାନେ ଗ୍ରାମବାସୀଙ୍କୁ ଜଣାଇବାରୁ ଗ୍ରାମବାସୀ ସାପ ଉଦ୍ଧାରକାରୀ ଦଳ ବନ୍ୟକ୍‌ ଫାଉଣ୍ଡେସନ୍‌ର କର୍ମକର୍ତ୍ତା ଓ ବନ ବିଭାଗ ସହ ଯୋଗାଯୋଗ କରିଥିଲେ। ବନ ବିଭାଗ ତତ୍ୱାବଧାନରେ ବନ୍ୟକ୍‌ ଟିମ୍‌ର ସଦସ୍ୟମାନେ ସାପ ଉଦ୍ଧାର କରିବାକୁ ପ୍ରୟା, ଆରମ୍ଭ କରିଥିଲେ।

{"id":210605,"sizeSlug":"large"}

ବଡବନ୍ଧ ପୋଖରୀରୁ ସ୍ଥାନୀୟ ବିଲରେ ପଡ଼ିଥିବା ଏକ ୮୦ ଫୁଟ ଲମ୍ବ ଓ ୩ ଫୁଟ ଓସାର ବିଶିଷ୍ଟ ହ୍ୟୁମ୍‌ ପାଇପ୍‌ରେ ପ୍ରଥମେ ଗୋଟିଏ ୧୮ ଫୁଟିଆ ଅଜଗର ସାପ ଥିବା ଦେଖିବାକୁ ପାଇଥିଲେ। ଗୋଟିଏ ଉଦ୍ଧାର ପରେ ସେହି ପାଇପ୍‌ ଭିତରେ ଏକାଧିକ ସାପ  ରହିଥିବା ଦେଖିବାକୁ ମିଳିଥିଲା। ସାପଗୁଡିକୁ ବାହାର କରିବା ପାଇଁ ଜଙ୍ଗଲ ବିଭାଗ ଓ ସାପ ଉଦ୍ଧାରକାରୀ ଦଳ ପାଇଁ କାଠିକର ହୋଇପଡ଼ିଥିଲା। ସମସ୍ତ କୌଶଳ ଖଟାଇବା ସତ୍ତେ୍ୱ ଟିମ୍‌ର କର୍ମକର୍ତ୍ତା ନିରାଶ ହୋଇଥିଲେ ।

{"id":210606,"sizeSlug":"large"}

ଶେଷରେ ଜେସିବି ମେସିନ୍‌ ସହାୟତାରେ ପାଇପ୍‌କୁ ଖୋଳାଯାଇଥିଲା । ସତର୍କତାର ସହ ଅନ୍ୟ ୫ଟି ଅଜଗରସାପକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସାପ ମଧ୍ୟରେ ଗୋଟିଏ ୧୮ ଫୁଟ, ଗୋଟିଏ ୧୬ ଫୁଟ ଓ ଅନ୍ୟ ୪ଟି ୧୦ ରୁ ୧୨ ଫୁଟ ଲମ୍ବର ବୋଲି ଜଣାପଡିଛି । ସଂଧ୍ୟାରେ ଉଦ୍ଧାର ସାପଗୁଡିକୁ ଜଙ୍ଗଲ ବିଭାଗ ସହାୟତାରେ କୁରୁମୁଟାଙ୍ଗର ଜଙ୍ଗଲରେ ଛାଡ଼ି ଦିଆଯାଇଛି । କପିଳାସ ଅଭୟାରଣ୍ୟ ଅନ୍ତର୍ଗତ କୁରୁମୁଟାଙ୍ଗର ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛାଡ଼ି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.