କରୋନା ମୁକାବିଲା : ୬ ବରିଷ୍ଠ IASଙ୍କୁ ଭୁବନେଶ୍ୱର ଦାୟିତ୍ୱ , ତିନି ଜୋନ୍ ଓ୍ୱାରି କରିବେ ତଦାରଖ

Published By : Prameya-News7 Bureau | April 15, 2020 IST

ଭୁବନେଶ୍ୱର ୧୫।୦୪: ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜଧାନୀକୁ ୩ଟି ଜୋନ୍ ରେ ବିଭକ୍ତ କରି ୬ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ସମୟରେ ଭୁବନେଶ୍ୱରରେ ପଜିଟିଭ କେସ୍ ବଢୁଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକାଶ କରିଛନ୍ତି ।

{"id":254377,"sizeSlug":"large"}

ଏହାସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଙ୍କର ବରିଷ୍ଠ ଅଧିକାରୀଙ୍କୁ ଭୁବନେଶ୍ୱରର ବିଭିନ୍ନ ଜୋନର ଦାୟିତ୍ୱ ଦେବା ନେଇ ସ୍ଥିର କରାଯାଇଛି । ରଂଜନା ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନ୍ ଦାୟିତ୍ବ  , ଏସ୍. କେ ଲୋହାନୀ ଓ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣପୂର୍ବ ଜୋନ୍ ଦାୟିତ୍ବ, ଅଶୋକ ମୀନା ଓ ଭାସ୍କର ଜ୍ୟୋତି ମିଶ୍ରଙ୍କୁ ଦକ୍ଷିଣପଶ୍ଚିମ ଜୋନ୍ ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀମାନଙ୍କୁ ପ୍ରାଥମିକ ଏବଂ ଦ୍ୱିତୀୟ କଣ୍ଟାକ୍ଟଙ୍କ ନମୁନା ସଂଗ୍ରହ, କଣ୍ଟାକ୍ଟ ଟ୍ରେସିଂ, କଣ୍ଟେନମେଣ୍ଟ ଜୋନରେ ସର୍ଭିଲେନ୍ସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂପର୍କରେ ସ୍ଥିତି ଅନୁଧ୍ୟାନ କରିବେ ।

{"id":254378,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.