Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

11/04/2021 at 11:58 AM

ସମ୍ବଲପୁର ୧୧।୦୪: କଟକ ବଡ଼ ମେଡିକାଲରୁ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣା । ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପୋଲିସ । ୬ଜଣ ପୋଲିସ କର୍ମଚାରୀଙ୍କ ସସ୍‌ପେଣ୍ଡ କଲେ ସମ୍ବଲପୁର ଏସ୍‌ପି । ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ଜଣେ ହାବିଲଦାର ଓ ୫ଜଣ କନେଷ୍ଟବଳଙ୍କୁ ସସ୍‌ପେଣ୍ଡ କରିଛନ୍ତି ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର ।

ଖବର ଅନୁଯାୟୀ, ଶନିବାର ଦିନ କଟକ ଏସସିବିର ସର୍ଜରୀ ଓ୍ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହୋଇଯାଇଥିଲା । ଡାକ୍ତରଖାନା ବେଡ୍‌ରୁ ଚମ୍ପଟ ମାରିଛି କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ ମାରି ହସ୍ପିଟାଲ୍ ବେଡରୁ ହାଇଦର ଫେରାର ହୋଇଯାଇଛି । ହାଇଦରକୁ ଧରିବା ପାଇଁ କଟକରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସହରର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ନାକାବନ୍ଦୀ କରାଯାଇ ଯାଞ୍ଚ ଜାରି ରହିଛି। କଟକ ଡିସିପିଙ୍କ ନେତୃତ୍ଵରେ ଏହି ଅପରେସନ ଜାରି ରହିଛି ।

ତେବେ କଟକ ବଡ଼ ମେଡିକାଲରୁ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସ୍‌ପି ବାତୁଲା ଗଙ୍ଗାଧର । ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି । ତେବେ ସସ୍‌ପେଣ୍ଡ ହୋଇଥିବା ପୋଲିସ କର୍ମଚାରୀମାନେ ହେଲେ-ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନେଷ୍ଟବଳ ବୁଲବୁଲ ସାହୁ, କନେଷ୍ଟବଳ ଦୀପକ ସାହୁ, କନେଷ୍ଟବଳ ଏମଡି ମୌସୁମ, କନେଷ୍ଟବଳ ଉମାକାନ୍ତ ବେହରା, କନେଷ୍ଟବଳ ସୁଦର୍ଶନ ମାଝି ରହିଛନ୍ତି ।

ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ସେ କହିଛନ୍ତି ଯେ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଆଲର୍ଟ କରାଯାଇଛି । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଏସପିଙ୍କୁ ମଧ୍ୟ ଜାଗ୍ରତ ରହିବାକୁ କୁହାଯାଇଛି । ସିସିଟିଭି ଫୁଟେଜ ଓ ସୁରକ୍ଷା କର୍ମୀଙ୍କ ମତ ଅପେକ୍ଷା ହାଇଦରର ଅତୀତ ଓ ବର୍ତ୍ତମାନର ସଂପର୍କକୁ ଖୋଜାଚାଲିଛି ।

   Related Posts