ଧରାପଡିଲେ ସାଇକୋ କିଲର୍ ଗ୍ୟାଙ୍ଗ୍ : ରଣପୁର ଜଙ୍ଗଲରେ ଲୁଚିଥିଲେ ୬ଅଭିଯୁକ୍ତ, ଦାମୀ କାର୍ ଜବତ

Published By : Prameya-News7 Bureau | July 15, 2020 IST

ଖୋର୍ଦ୍ଧା ୧୫।୦୭: ପୋଲିସ ହାତରେ ଧରାପଡିଲେ ସାଇକୋ କିଲର । ଖୋର୍ଦ୍ଧା ନିକଟସ୍ଥ ରଣପୁର ଜଙ୍ଗଲରୁ ୬ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ BMW ମଧ୍ୟ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଅପରାହ୍ନରେ ବାର କର୍ମଚାରୀ ଅଜୁ ବାରିକଙ୍କୁ ଅତି ନିର୍ମମ ଭାବେ ହତ୍ୟା  କରିଥିଲେ । ହତ୍ୟାକାଣ୍ଡ ପୂର୍ବରୁ  ନୟାପଲ୍ଲୀରେ ଜଣେ ଯୁବକଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ। ତେବେ ନୟାପଲ୍ଲୀ ଓ ଖୋର୍ଦ୍ଧାରେ ହତ୍ୟାକାଣ୍ଡ ପରେ ଦୁର୍ବୁତ୍ତମାନେ ଦଶପଲ୍ଲା ଜଙ୍ଗଲରେ ଲୁଚି ରହିଥିଲେ । ପୋଲିସ ଖବର ପାଇଁ ଚଢାଉ କରି ୬ଜଣଙ୍କୁ ଅଟକ ରଖିବା ସହ କାର୍‌କୁ ମଧ୍ୟ ଜବତ କରିଛି ।

wp:core-embed/wordpress {"url":"http://www.prameyanews7.com/saiko-killer-car-in-khordha/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/saiko-killer-car-in-khordha/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.