ଡାହାଣୀ ସନ୍ଦେହରେ ମା ସହ ୪ ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ : ୬ଜଣଙ୍କୁ ଗିରଫ, ୩ମହିଳା ଫେରାର

Published By : Prameya-News7 Bureau | January 28, 2019 IST

ବଣାଇ ୨୬|୧: ସୁନ୍ଦରଗଡ଼ କୋଇଡ଼ାରେ ଡାହାଣୀ ସନ୍ଦେହରେ ମା ସହ ୪ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୁଖ୍ୟ ଅଭିଯୁକ୍ତ ଡାବେଲ ମୁଣ୍ଡା ସମେତ ୬ଜଣଙ୍କୁ ଗିରଫ କରିଛି କୋଇଡା ପୋଲିସ । ଗୁଣିଗାରେଡି ସନ୍ଦେହରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ଏବେବି ଘଟଣାରେ ସଂପୃକ୍ତ ଥିବା ୩ଜଣ ମହିଳା ଫେରାର ଅଛନ୍ତି ।

{"id":78429}

ଡାହାଣୀ ସନ୍ଦେହରେ ସୁନ୍ଦରଗଡ଼ କୋଇଡ଼ାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ବଡଇନ୍ଦୁପୁର ଗାଁ କନ୍ଦାସାହିରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ସୁଦାମ ମୁଣ୍ଡାଙ୍କ ପତ୍ନୀ କୁନି ମୁଣ୍ଡା ଏବଂ ତାଙ୍କର ଦୁଇପୁତ୍ର ଓ ଦୁଇ କନ୍ୟାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା କରିବା ପରେ ହତ୍ୟାକାରୀ ମୃତଦେହକୁ ନେଇ ଘର ପାଖରେ ଥିବା ଏକ କୁଅ ଭିତରେ ପକାଇ ଦେଇଥିଲେ । ଗତ ୨୬ତାରିଖରରେ କୂଅ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ବୀକାର କରିଛନ୍ତି ।

{"id":78430}

ମୃତ କୁନି ମୁଣ୍ଡାଙ୍କ ସ୍ବାମୀ ସୁଦାମ ମୁଣ୍ଡା ଜଣେ ଟିପ୍ପର ଡ୍ରାଇଭର । ସେ ଅଧିକାଂଶ ସମୟ ବାହାରେ ରୁହନ୍ତି । ଘଟଣା ରାତିରେ ମଧ୍ୟ ସେ ବାହାରେ ଥିଲେ । ୨୬ତାରିଖ ସକାଳୁ ସେ ଘରକୁ ଫେରି କାହାକୁ ପାଇ ନଥିଲେ । ଘର ଭିତରେ ରକ୍ତ ଛିଟା ଦେଖିବା ପରେ ତାଙ୍କ ମନରେ ଆଶଙ୍କା ଓ ସନ୍ଦେହ ସୃଷ୍ଟି ହୋଇଥିଲା । ଏ ନେଇ ସେ ପୋଲିସକୁ ଜଣାଇଥିଲେ ।

{"id":78124}

ଘର ପାଖ କୂଅରେ ସ୍ତ୍ରୀ ସମେତ ୪ଛୁଆଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । କୋଇଡ଼ା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା । କୁନି ମୁଣ୍ଡାଙ୍କ ସ୍ବାମୀ କହିଥିଲେ ଯେ, ଗୁଣି ଗାରେଡ଼ିକୁ ସନ୍ଦେହ କରି ଏମାନଙ୍କୁ ହତ୍ୟା କରାଯାଇଛି । କିଛି ଦିନ ପୂର୍ବରୁ ପଡ଼ୋଶୀ ଦେବ୍ରା ମୁଣ୍ଡାଙ୍କ ଝିଅ ପ୍ରାଣ ହରାଇଥିଲା। ସେବେଠାରୁ ସେ କୁନି ଉପରେ ସନ୍ଦେହ କରୁଥିଲେ । ଏହି ଘଟଣା ପରେ ଦେବ୍ରା ଫେରାର ହୋଇଯାଇଥିଲେ । ତେବେ ପୋଲିସ ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ କରିଛି । ମୁଖ୍ୟ ଅଭିଯୁକ୍ତ ଡାବେଲ ମୁଣ୍ଡା ସମେତ ୬ଜଣଙ୍କୁ ଗିରଫ କରିଛି କୋଇଡା ପୋଲିସ । ସଂପୃକ୍ତ ଥିବା ଅନ୍ୟ ୩ଜଣ ମହିଳା ଏବେବି ଫେରାର ରହିଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.