ତୃତୀୟ ପର୍ଯ୍ୟାୟ ମତଦାନ : ସକାଳ ୯ଟା ସୁଦ୍ଧା ଓଡିଶାରେ ୬ପ୍ରତିଶତ ଭୋଟିଂ

Published By : Prameya-News7 Bureau | April 23, 2019 IST

ଭୁବନେଶ୍ବର ୨୩|୪: ସକାଳ ୯ଟା ସୁଦ୍ଧା ଦେଶରେ ୯.୯୨ ପ୍ରତିଶତ ମତଦାନ ହୋଇଛି । ଓଡିଶାରେ ସକାଳ ୯ଟା ସୁଦ୍ଧା ୬ପ୍ରତିଶତ ମତଦାନ ହୋଇଛି । ଅନୁଗୋଳରେ ସକାଳ ୯ଟା ସୁଦ୍ଧା ୯ପ୍ରତିଶତ ମତଦାନ । ଆଠମଲ୍ଲିକ ୧୩ ପ୍ରତିଶତ, ପାଲଲହଡା ୫ ପ୍ରତିଶତ ମତାଦାନ । ଖୋର୍ଦ୍ଧା ଜିଲ୍ଲାରେ ଜୟଦେବରେ ୭.୨୦ ପ୍ରତିଶତ, ବେଗୁନିଆରେ ୭.୨୦ ପ୍ରତିଶତ, ଖୋର୍ଦ୍ଧା୪ପ୍ରତିଶତ, ଚିଲିକା ୮ପ୍ରତିଶତ, ଜଟଣୀ ୨.୩୦ ପ୍ରତିଶତ । ଭୁବନେଶ୍ବର ମଧ୍ୟ ୩.୪୬ ପ୍ରତିଶତ, ଭୁବନେଶ୍ବର ଉତ୍ତର ୨.୮୬ ପ୍ରତିଶତ, ଭୁବନେଶ୍ବର ଏକାମ୍ର ୩.୨୦ ପ୍ରତିଶତ ମତଦାନ ହୋଇଛି ।

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ଜାରି ରହିଛି । ଏଥିସହ ୪୨ ବିଧାନସଭା ଆସନରେ ବି ଭୋଟ୍ ଗ୍ରହଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.