ପରିଶୋଧ କରିପାରିଲେନି ଋଣ : ପୋଖରୀକୁ ଡେଇଁ ଜୀବନ ହାରିଲେ ଗୋଟିଏ ପରିବାରର ୬ ସଦସ୍ୟ

Published By : Prameya-News7 Bureau | June 29, 2021 IST

କର୍ଣ୍ଣାଟକ ୨୯/୬ : କର୍ଣ୍ଣାଟକ ୟାଦଗିର ଜିଲ୍ଲାରେ ଅଭାବନୀୟ ଘଟଣା । ପୋଖରୀକୁ ଡେଇଁ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୬ ସଦସ୍ୟ । ସୂଚନା ପାଇ ପୋଲିସ ସମସ୍ତଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ମୃତକମାନେ ଭୀମରିୟା ସୁରପୁରା, ତାଙ୍କ ପନ୍ତ୍ରୀ ଶନ୍ତାମା, ପୁଅ ଶିବରାଜ ଏବଂ ୩ ଝିଅ ସୁମିତ୍ରା, ଶ୍ରୀଦେବୀ, ଲକ୍ଷ୍ମୀ । ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି ସକାଳ ୧୦ଟାରେ କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା ।

ଲୋକେ ମୃତଦେହ ଭାସୁଥିବା ନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ସାହୁକାର ଠାରୁ ଋଣ ପରିଶୋଧ କରିନପାରିନଥିଲେ । ଫଳରେ ଚାପ ପଡୁଥିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା ପୋଲିସ ସନ୍ଦେହ କରୁଛନ୍ତି । ଏତଲା ଦାୟର କରିବା ପରେ ପୋଲିସ ଘଟଣାର ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.