Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

୨୨ଦିନରେ କରୋନାରେ ଚାଲିଗଲା ଗୋଟିଏ ପରିବାରର ୬ଜଣଙ୍କ ଜୀବନ, କାହାକୁ ବି ଠିକ୍ ସମୟରେ ମିଳିନଥିଲା ବେଡ୍

1/06/2021 at 11:18 AM

ନୂଆଦିଲ୍ଲୀ ୧।୬: ଦକ୍ଷିଣ ଦିଲ୍ଲୀର ଦେଓଲିରେ କରୋନା ସଂକ୍ରମଣ ଯୋଗୁଁ ୨୨ ଦିନରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ପରିବାରରେ ମୋଟ୍ ୧୫ ଜଣ ଲୋକ ଥିଲେ ।ସେମାନଙ୍କ ମଧ୍ୟରୁ ୯ ଜଣ କରୋନା ସଂକ୍ରମିତ ହୋଇଥିଲେ । ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଅନ୍ୟ ସଦସ୍ୟମାନେ ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ସୋମବାର ଦିନ ପରିବାରର ସମସ୍ତ ମୃତ ସଦସ୍ୟଙ୍କର ଶବଦାହ କରାଯାଇଥିଲା । ଦେଓଲି ଗାଁ ଲୋକେଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । କାରଣ ସେମାନେ ସମସ୍ତେ କରୋନା ସମୟର ଅନ୍ୟ ଲୋକଙ୍କୁ ସାହାଯ୍ୟ କରୁଥିବାବେଳେ ସଂକ୍ରମିତ ହୋଇଥିଲେ ।

୮୩ ବର୍ଷ ବୟସ୍କା ସତ୍ୟବତୀ ମିତ୍ତଲ ଦେଓଲି ଗାଁରେ ତାଙ୍କ ପରିବାର ସହ ରହୁଥିଲେ । ତାଙ୍କ ପରିବାର କହିଲେ ଦୁଇ ପୁଅ, ଗୋଟିଏ ଝିଅ ଏବଂ ସେମାନଙ୍କ ପିଲାମାନେ । ଝିଅ ତାଙ୍କ ଘର ନିକଟରେ ରୁହନ୍ତି । ସତ୍ୟବତୀ ମିତ୍ତଲଙ୍କ ଭାଇ ଅନିଲ ଗୋୟଲ କହିଛନ୍ତି ଯେ, ତାଙ୍କ ଭଉଣୀଙ୍କ ପରିବାରରେ ତାଙ୍କ ଭଣଜା ଅମିତ ମିତ୍ତଲ ପ୍ରଥମ ସଂକ୍ରମିତ ହୋଇଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ପରିବାରର ଅନ୍ୟ ସଦସ୍ୟ ସେମାନଙ୍କ ଟେଷ୍ଟ କରାଇଥିଲେ । ପରିବାରର ୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ସତ୍ୟବତୀ ମିତ୍ତଲ, ତାଙ୍କ ଦୁଇ ପୁଅ, ଦୁଇ ବୋହୂ, ଜ୍ବାଇଁ ଏବଂ ପୁଅମାନଙ୍କର ପିଲାମାନେ ଥିଲେ । ଦୁଇ ଦିନ ଘରେ ରହିବା ପରେ ସତ୍ୟବତୀ ମିତ୍ତଲ, ତାଙ୍କର ଦୁଇ ପୁଅ, ଦୁଇ ବୋହୂ, ଜ୍ବାଇଁଙ୍କ ଅକ୍ସିଜେନ୍ ସ୍ତର ହ୍ରାସ ପାଇଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ସେମାନେ ଦିଲ୍ଲୀର ସମସ୍ତ ଘରୋଇ ଏବଂ ସରକାରୀ ଡାକ୍ତରଖାନାକୁ ଯାଇଥିଲେ । କିନ୍ତୁ କୋଉଠି ବି ବେଡ୍ ପାଇଲେ ନାହିଁ । ଏହାପରେ ୪ ଜଣଙ୍କୁ ଝଜର ଏମ୍ସ ଏବଂ ଜଣଙ୍କୁ ଗାଜିଆବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହା ପରେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା ।

ଅନୀଲ ଗୋୟଲ କହିଛନ୍ତି ଯେ, ତାଙ୍କ ଭଣଜା ଅମିତଙ୍କର ପ୍ରଥମେ ମୃତ୍ୟୁ ହୋଇଥିଲେ । ଏହାପରେ ଅମିତଙ୍କ ମା’ ସତ୍ୟବତୀ ମିତ୍ତଲଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଅମିତଙ୍କ ଭାଇ, ଭିଣୋଇ, ଭାଉଜ ଏବଂ ପରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

   Related Posts