Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା କାର : ତେଲ ଲିକ୍‌ ଯୋଗୁ ଲାଗିଗଲା ନିଆଁ, ଜୀବନ୍ତ ଜଳିଗଲେ ୬ଜଣ

5/12/2021 at 10:00 PM

ଚିତୁରା ୦୫/୧୨ : ମଧ୍ୟ ପ୍ରଦେଶର ଚିତୁରା ଅଞ୍ଚଳରେ ରବିବାର ଏକ ଭୟଙ୍କର ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା । ଦୁର୍ଘଟଣା ପରେ କାରରୁ ତେଲ ଲିକ୍‌ ହୋଇଥିଲା ଏବଂ ପରେ ଗାଡିରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ କାରରେ ଥିବା ୬ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚନ୍ଦ୍ରଗିରି ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଚନ୍ଦ୍ରଗିରି ଥାନା ଅଧିକାରୀ ବିଭି ଶ୍ରୀନଗର କହିଛନ୍ତି, କାରରେ ମୋଟ ୮ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ଘଟିଛି । କାରରେ ନିଆଁ ଏଭଳି ଭୟଙ୍କର ଭାବେ ଲାଗିଥିଲା ଯେ, ଲୋକମାନଙ୍କୁ ଗାଡି ମଧ୍ୟରୁ ବାହାର କରିବା ମଧ୍ୟ ସମ୍ଭବପର ହୋଇନଥିଲା । ଯାହା ଫଳରେ ଲୋକଙ୍କ ଆଖି ସାମ୍ନାରେ ହିଁ ୫ଜଣ ଜୀଅନ୍ତା ଜଳିଯାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି । ଗୁରୁତର ୨ ଜଣଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

   Related Posts