Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଉତ୍ତରାଖଣ୍ଡ: ଏନଏଚ୍ ୫୮ରେ ଯାଉଥିବା କାର ଉପରକୁ ଧସିଲା ପାହାଡ, ୬ ମୃତ ୪ ଆହତ

28/09/2019 at 9:38 PM

ଉତ୍ତରାଖଣ୍ଡ ଦେବପ୍ରୟାଗରେ ଶନିବାର ପାହାଡ ଧସିପଡିଛି। ଏନଏଚ-୫୮ରେ ଘଟିଥିବା ଏହି ଘଟଣାରେ ତୀର୍ଥଯାତ୍ରୀଙ୍କ ବାହନ ଉପରକୁ ପାହାଡ ଧସିପଡିବାରୁ ଗାଡିରେ ଯାଉଥିବା ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାବେଳେ ଗାଡିରେ ୧୦ ଜଣ ଯାତ୍ରୀ ଥିଲେ। ଆହତ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତ୍ତର ରହିଛି। ସମସ୍ତ ଆହତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଦୁର୍ଘଟଣା ଦେବପ୍ରୟାଗର ତିନ ଧାରା ନିକଟରେ ଘଟିଛି।

ବିହାର ଓ ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡରେ ଭିଷଣ ବର୍ଷା ଜାରି ରହିଛି। ଫଳରେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ଆବାସୀୟ ଅଞ୍ଚଳକୁ ବନ୍ୟା ଜଳ ପ୍ରବେଶ କରିଥିବା ସୂଚନା ମିଳୁଛି। ଏଥିରେ ଏବେ ଭୂ-ସ୍ଖଳନ ନୂଆ ସମସ୍ୟା ହୋଇ ଉଭା ହୋଇଛି। ଉତ୍ତରାଖଣ୍ଡରେ ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଭାସି ଯାଇଛି। ଏଣୁ ମାନସରୋବର ଯାତ୍ରାରେ ଯାଇଥିବା ଅନେକ ଯାତ୍ରୀ ଏବେ ଅଧାରୁ ଫେରୁଛନ୍ତି।

ଉଚ୍ଚ ହିମାଳୟ କ୍ଷେତ୍ରରେ ବର୍ଷା ବିତ୍ପାତ ଯୋଗୁ ଯାତ୍ରୀମାନେ ଭୟଭୀତ ହୋଇ ଯାତ୍ରା ରଦ୍ଦ କରିଦେଉଛନ୍ତି। ଏକ ୫୬ ସଦସୀୟ ଦଳ ଚଳିତବର୍ଷ ମାନସରୋବର ଯାତ୍ରାରେ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ପୂର୍ବରୁ ରାସ୍ତାର ଅବସ୍ଥା ଦେଖି ଯାତ୍ରା ବାତିଲ କରି ଫେରିଯାଇଥିବା ବେଳେ ନିକଟରେ ୮ ଜଣ ଯାତ୍ରାରୁ ଓହରିଯାଇଛନ୍ତି। ତେବେ ଅନ୍ୟ ୪୨ ଜଣ ଯାତ୍ରୀଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

   Related Posts