ଅବହେଳା କରୁଛ, ଆମେ ଆନ୍ଧ୍ରରେ ମିଶିଯିବୁ ; ବିଚ୍ଛିନ୍ନାଞ୍ଚଳର ୬ ପଞ୍ଚାୟତ ଦେଲେ ଓଡି଼ଶା ସରକାରଙ୍କୁ ଧମକ

Published By : Prameya-News7 Bureau | December 11, 2019 IST

ଚିତ୍ରକୋଣ୍ଡା ୧୧।୧: ପୁଣି ତାତିଲେ ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ବସିନ୍ଦା । ତିତଲି, ହୁଡହୁଡ ଭଳି ବାତ୍ୟାରେ ହୋଇଥିବା ଧନ ଜୀବନ ହାନି ପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେବା ଅଭିଯୋଗ କରି ମେଳି କରିଛନ୍ତି ବିଚ୍ଛିନ୍ନାଞ୍ଚଳ ବସିନ୍ଦା । ରାଜ୍ୟ ସରକାରଙ୍କ ଏପରି ଅଣଦେଖା ପାଇଁ ବିଚ୍ଛିନ୍ନାଞ୍ଚଳର ହଜାର ହଜାର ବାସିନ୍ଦା ଜଙ୍ଗଲରେ ରାଲି କରିବା ସହ ସରକାର ବିରୋଧୀ ନାରା ଦେଇଛନ୍ତି ।

{"id":196352,"sizeSlug":"large"}

ପଡୋଶୀ ରାଜ୍ୟର ଲୋକେ ଏବଂ ପ୍ରଶାସନ ଏଭଳି ଅସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି । ଲୋକଙ୍କୁ ଧାନ, ମାଣ୍ଡିଆ, ସୁଆଁ, ଡାଲି ଆଦି ସହାୟତା ଦେଇଛନ୍ତି । ଏଭଳି ସମୟରେ କିନ୍ତୁ ରାଜ୍ୟ ସରକାରଙ୍କ ଦେଖା ମିଳିନଥିଲା ।

{"id":196353,"sizeSlug":"large"}

ଯଦି ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ବିଚ୍ଛିନାଞ୍ଚଳର ୬ ଗୋଟି ପଞ୍ଚାୟତ- ଅନ୍ଦ୍ରାପଲ୍ଲୀ, ପଣସପୁଟ, ଜୋଡମ୍ବ, ଯନ୍ତ୍ରୀ, ଗାଜଲମାମୁଡ଼ି ଓ ନକାମାମୁଡ଼ିର ହଜାର ହାଜର ଲୋକ ଆନ୍ଧ୍ର ସହ ମିଶିଯିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

{"id":196354,"sizeSlug":"large"}

ତେବେ କୋଟିଆ ପରେ ଏବେ ଆନ୍ଧ୍ର ସରକାରଙ୍କ ସମ୍ପୂର୍ଣ୍ଣ ନଜର ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଉପରେ ରହିଛି । ଯାହା ଏବେ ଓଡିଶା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.