ବନ୍ତଳା ଅଞ୍ଚଳର ୬ଟି ପଞ୍ଚାୟତକୁ ୪ ଦିନ ପାଇଁ ସଟ୍ଡାଉନ୍
14/07/2020 at 10:26 AM

ଅନୁଗୁଳ ୧୪।୦୭: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ବନ୍ତଳା ଅଞ୍ଚଳର ୬ଟି ପଞ୍ଚାୟତକୁ ୪ ଦିନ ପାଇଁ ସଟ୍ ଡାଉନ ଘୋଷଣା କରାଯାଇଛି। ଏହି ୬ଟି ପଞ୍ଚାୟତର ସରପଞ୍ଚ ମାନେ ସେମାନଙ୍କ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି। ୬ଟି ପଞ୍ଚାୟତ ହେଲା ପୋକତୁଙ୍ଗା,ଧକୁଟା, ଶଙ୍ଖପୁର, ନନ୍ଦପୁର,କୁମୁରିସିହା ଓ ବନ୍ତଳା ସଟ୍ଡାଉନ୍ ଘୋଷଣା କରାଯାଇଛି।

ଆଜି ସକାଳୁ ଶୁକ୍ରବାର ରାତି ୧୨ଟା ପର୍ଯ୍ୟନ୍ତ ଏହି ସଟ୍ ଡାଉନ୍ ଘୋଷଣା ହୋଇଛି। ଏହି ଅଞ୍ଚଳରେ ଦୋକାନବଜାର ବନ୍ଦ ରହିବା ସହ ସାପ୍ତାହିକ ହାଟ ଏବଂ ଗାଡ଼ି ଚଳାଚଳ ବନ୍ଦ ରହିବ। ଯେଉଁମାନେ ନିୟମ ମାନିବେ ନାହିଁ ସେମାନଙ୍କୁ ୫ ହଜାର ଟଙ୍କା ଫାଇନ୍ ଦେବାକୁ ଚେତାବନୀ ଦିଆଯାଇଛି।

ସେହିପରି ଜିଲ୍ଲାର ତାଳଚେର, କଣିହାଁ, ପବିତ୍ରନଗର ଅଞ୍ଚଳରେ ଅନେକ ପଞ୍ଚାୟତରେ ୨ ଦିନିଆ ସଟ୍ ଡାଉନ ଘୋଷଣା କରାଯାଇଛି। ଅନୁଗୁଳ ଜିଲ୍ଲା ବାହାରୁ କଣ୍ଟେନମେଣ୍ଟ ଅଞ୍ଚଳରୁ ଲୋକ ଆସୁଥିଲେ ୧୪ ଦିନିଆ କ୍ବାରାଣ୍ଟଇନ୍ ରହିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।