Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ମୋଦି ବିରୋଧୀ ମହାମେଳି ; ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ

14/02/2019 at 9:05 AM

ନୂଆଦିଲ୍ଲୀ ୧୪|୨: ମୋଦି ବିରୋଧୀ ମହାମେଳି ।  ମୋଦି ସରକାରକୁ ହଟାଇବା ପାଇଁ ସଙ୍କଳ୍ପ ନେଇଛନ୍ତି ବିରୋଧୀ । ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀ ଦଳମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।  ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବିରୋଧୀ ଦଳର ନେତାମାନେ ଏକଜୁଟ୍ ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁଖ ଅବଦୁଲା ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ । ବୈଠକ ପରେ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ବିରୋଧରେ ଲଢିବା ଏବଂ  ମୋଦି ସରକାରଙ୍କୁ କ୍ଷମତାଶୂନ୍ୟ କରାଇବା ଆମର ମୂଳ ଲକ୍ଷ୍ୟ ।

ଏଥିପାଇଁ ବିରୋଧୀ ଦଳ ମଧ୍ୟରେ କମନ ମିନିମମ ପ୍ରୋଗ୍ରାମ ଉପରେ ଆଲୋଚନା  ଆରମ୍ଭ ହୋଇଛି । ସେହିପରି  ମମତା ବାନାର୍ଜୀ କହିଛନ୍ତି ଯେ, ଆମେ ଶାନ୍ତିପୂର୍ଣ୍ଣ ମହାମେଣ୍ଟ ପାଇଁ  ନିଷ୍ପତ୍ତି ନେଇଛୁ । ଜାତୀୟ ସ୍ତରରେ ଆମେ ଏକାଠି ହୋଇ କାମ କରିବୁ । ଦରକାର ପଡିଲେ ନିର୍ବାଚନ ପୂର୍ବରୁ ମହାମେଣ୍ଟ ହେବ । ଏହା ସହ ଜନତାଙ୍କ ପାଖରେ ମୋଦିଙ୍କୁ  ହଟାଇ ଦେଶ ବଞ୍ଚାଇବାକୁ ନିବେଦନ କରିଛନ୍ତି । ଅନ୍ୟପଟେ ସରଦ ପାୱାର କହିଛନ୍ତି ଆଗାମୀ ୨୬ ତାରିଖରେ ଚୂଡାନ୍ତ ନଷ୍ପତ୍ତି ହେବ । 

   Related Posts