ଟାୟାର ଫାଟି ଓଲଟିପଡିଲା କଣ୍ଟେନର, ଚାଲିଗଲା ୬ଜଣଙ୍କ ଜୀବନ

Published By : Prameya-News7 Bureau | January 04, 2021 IST

ମୁରାଦାବାଦ ୦୪।୦୧: ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି  କରାଯାଇଛି । ସେହିପରି ଦୁର୍ଘଟଣାରେ ୧୨ ପଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ମୁରାଦାବାଦ ଜିଲ୍ଲା ଗଜରୋଲୋ ଅଞ୍ଚଳରେ ଘଟିଛି ।

ଖବର ଅନୁଯାୟୀ, ଏକ କଣ୍ଟେନର ରାଜସ୍ଥାନର ଜୟପୁରରୁ ଚୋଧୁରପୁର ଯାଉଥିଲା । କିନ୍ତୁ ଏହା ଅଧାରାସ୍ତାରେ ଦୁର୍ଘଟଣାର ଶିକାର ହୋଇଯାଇଛି । ରାଷ୍ଟ୍ରୀୟ ରାଜମାର୍ଗ ବ୍ରଜଘାଟ ଛକ ନିକଟରେ ଥିବା ମହମ୍ମଦାବାଦ ଗାଁରେ କଣ୍ଟେନରର ଟାୟାର ଫାଟି ଯାଇଥିଲେ । ଯାହାଫଳରେ କି କଣ୍ଟେନର ଭାରସାମ୍ୟ ହରାଇ ଓଲଟିପଡିଥିଲା । ତେବେ ଦୁର୍ଘଟଣାର ଖବର ପାଇଁ ସ୍ଥାନୀୟ ଲୋକ ଦୌଡି ଆସିଥିଲେ , ଏବଂ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ ।

ତେବେ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୧୨ ଜୀବଜନ୍ତୁଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ସେପଟେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ରାଜପଥରେ ଜାମ୍‌ ଲାଗିଯାଇଥିଲା । ଲୋକଙ୍କ ଗହଳି କମାଇବା ପାଇଁ ପୋଲିସର ସହାୟତା ମଧ୍ୟ ଲୋଡାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.