Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

କେମିତି ମୃତ୍ୟୁ ? କିଏ ମାରିଲା ! ଗୋଟିଏ ପରିବାରର ୬ ଜଣଙ୍କ ସନ୍ଦେହଜନକ ମୃତ୍ୟୁ, ପାଖରେ ପଡିଛି ମାରଣାସ୍ତ୍ର

11/11/2020 at 12:56 PM

ବଲାଙ୍ଗୀର ୧୧।୧୧: ବଲାଙ୍ଗୀର ପାଟଣାଗଡରେ ଚାଞ୍ଚଲ୍ୟ । ଗୋଟିଏ ଘରେ ପଡିଛି ୬ ଜଣଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସଅଁରାପଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ଘରେ ପଡିରହିଛି ୬ ଜଣଙ୍କ ମୃତଦେହ । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଥିବା ଜଣାପଡିଛି । ସମସ୍ତଙ୍କ ମୃତଦେହ ଘୋଡାହୋଇ ରହିଥିବା ଦେଖିବାକୁ ମିଳିଛି । ମୃତଦେହ ନିକଟରେ ମାରଣାସ୍ତ୍ର ପଡିଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେମାନଙ୍କର କେହି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ତେବେ ମୃତ୍ୟୁ ପଛରେ ପୂର୍ବ ଶତ୍ରୁତା ରହିଛି ନା ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

ଖବର ପାଇ ଘଟଣାସ୍ଥଳରେ ପାଟଣାଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଅଧିକ ଛାନଭିନ୍ ପାଇଁ ଘଟଣାସ୍ଥଳ ଅଭିମୁଖେ ସାଇଣ୍ଟିଫିକ୍ ଟିମ୍ ବାହାରିଥିବା ଜଣାପଡିଛି । ତଦନ୍ତ ପରେ ଏହା ଆତ୍ମହତ୍ୟା ନା ହତ୍ୟା ନା ଏହା ପଛରେ ଅନ୍ୟ କାରଣ ରହିଛି ତାହା ଉପରୁ ପରଦା ହଟିପାରିବ । ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରହିଛି ।

   Related Posts