ପିକ୍ଅପ୍ ଭ୍ୟାନ୍‌କୁ ପଛପଟୁ ଧକ୍କା ଦେଲା ଟ୍ୟାଙ୍କର : ୬ମୃତ, ୨୪ଆହତ

Published By : Prameya-News7 Bureau | October 06, 2020 IST

ଭୋପାଳ ୦୬।୧୦: ଭୟାନକ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ଅନେକ ଲୋକ ଆହତ ହୋଇଛନ୍ତି ।  ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ  ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ମଧ୍ୟପ୍ରଦେଶର ଧାନ ଜିଲ୍ଲା ତିରଳା ଥାନା ଇନ୍ଦୋର-ଅହମ୍ମଦାବାଦ ଜାତୀୟ ରାଜପଥ ଚିଖାଳିଆ ଗାଁ ନିକଟରେ ଘଟିଛି ଦୁର୍ଘଟଣା । ସୋମବାର ବିଳମ୍ବିତ ରାତିରେ ଶ୍ରମିକଙ୍କ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଏକ ଟ୍ୟାଙ୍କର ପଛପଟୁ ଧକ୍କା ଦେଇଛି ।

ଶ୍ରମିକଙ୍କ ନେଉ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ର ଚକା ଲିକ୍‌ ହୋଇଯାଇଥିଲା । ଯାହାପରେ ଗାଡିଟି ରୋଡ଼ରେ ଅଟକିଯାଇଥିଲା । ଠିକ୍‌ ସେହି ସମୟରେ ପଛପଟୁ ଆସୁଥିବା ଏକ ଟ୍ୟାଙ୍କରଟି ଶ୍ରମିକ ଭର୍ତ୍ତି ଗାଡ଼ିକୁ ଜୋରଦାର ଧକ୍କା ଦେଇଥିଲା । ଯେଉଁଥିରେ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ଘଟଣାସ୍ଥଳରେ ହିଁ ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଛି । ମୃତକଙ୍କ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସମସ୍ତ ଶ୍ରମିକ ଧାର ଜିଲ୍ଲାର ଟାଣ୍ଡାର ବାସିନ୍ଦା ବୋଲି ସୂଚନା ରହିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ୟାଙ୍କର ଚାଳକ ଫେରାର ହୋଇଯାଇଛି । ଯାହାକୁ ପୋଲିସ ବର୍ତ୍ତମାନ ସୁଦ୍ଧା ଖୋଜୁଛି । ତିରଲା ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.