Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

୬ମାସର ଶିଶୁ କରୋନା ସଂକ୍ରମଣକୁ ସୁସ୍ଥ ହୋଇ ଘରକୁ ଫେରିଲା, ଏମିତି ସ୍ବାଗତ କଲେ ସମସ୍ତେ

12/04/2020 at 12:19 PM

ମୁମ୍ବାଇ ୧୨।୪: ମହାରାଷ୍ଟ୍ରରେ କରୋନା ଭାଇରସ୍ ବିପର୍ଯ୍ୟୟ ଜାରି ରହିଛି । ମହାରାଷ୍ଟ୍ରରେ ୧୦୦୦ରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୯୨ ଜଣ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୦୦୦ରୁ ଅଧିକ ହୋଇଛି । ଏସବୁ ମଧ୍ୟରେ ମହାରାଷ୍ଟ୍ରର କଲ୍ୟାଣରେ ଜଣେ ୬ମାସର ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର କଲ୍ୟାଣରେ ରହୁଥିବା ଗୋଟିଏ ପରିବାରର ୬ ମାସର ଶିଶୁ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । ଏହାପରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଶିଶୁଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଶିଶୁଟିକୁ ମେଡିକାଲରୁ ଡିସଚାର୍ଜ କରାଯାଇଛି ।

ଯେତେବେଳେ ଶିଶୁଟିର ବାପା-ମା ତାଙ୍କୁ ନେଇ ଘରକୁ ଫେରିଲେ, ସେତେବେଳେ ସେହି ଆପାର୍ଟମେଣ୍ଟରେ ରହୁଥିବା ସମସ୍ତ ଲୋକଙ୍କୁ ଏକତ୍ର କରତାଳି ଦେଇ ସିଟି ବଜାଇ ତାଙ୍କୁ ସ୍ବାଗତ କରିଥିଲେ । ଏହି ସମୟରେ ତାଙ୍କୁ ଛାଡିବାକୁ ଆସିଥିବା ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଶିଶୁଟିକୁ କରତାଳି ଦେଇ ଅଭିନନ୍ଦନ ଜଣାଇଥିଲେ । ଏହି ସମୟରେ ଶିଶୁଟି ତାଙ୍କ ମାଙ୍କ କୋଳରେ ଥିଲେ । ତାଙ୍କ ମା ଶିଶୁଟିର ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ କରୋନା ସଂକ୍ରମିତ ରୋଗୀ ଅଛନ୍ତି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସାରା ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୮୩୫୬କୁ ବୃଦ୍ଧି ପାଇଛି । କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୨୭୩ ଜଣଙ୍କର ମୃତ୍ୟୁ ଘଟିଛି ।

   Related Posts