Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବୟସ ମାତ୍ର ୬ମାସ, ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କଲେ କୁନି ସେବକ

1/07/2021 at 10:59 AM

ପୁରୀ ୧।୭: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ୬ ମାସର କୁନି ଦଇତାପତି । ସ୍ନାନଯାତ୍ରା ପରେ ଅନବସର ପିଣ୍ଡିରେ ଜ୍ବରରେ ପୀଡ଼ିତ ଶ୍ରୀଜିଉମାନଙ୍କ ଗୁପ୍ତ ସେବା ଜାରି ରହିଛି । ଅନବସରର ଷଷ୍ଠ ଦିନରେ ମହାପ୍ରଭୁଙ୍କୁ ଓଷ ଲାଗି କରାଯିବାର ବିଧି ସମ୍ପନ୍ନ ହେଉଥିବା ବେଳେ ୬ ମାସର ଜଣେ କୁନି ଦଇତାପତି ଏହି ସେବାରେ ନିଜକୁ ସାମିଲ କରିଥିଲେ । ତେବେ କିଏ ସେ କୁନି ଦଇତାପତି ଆସନ୍ତୁ ଜାଣିବା ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ଦଇତାପତିଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ ।  ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ମୁତାବକ ବଂଶାନୁକ୍ରମିକ ଭାବେ ଚାଲି ଆସିଛି ଏହି ସେବା ।  ଏମିତିରେ ମହାପ୍ରଭୁଙ୍କ ଅନବସର ନୀତିର ଷଷ୍ଠ ଦିନରେ ଜଣେ କୁନି ଦଇତାପତିଙ୍କୁ ଦେଖିବାକୁ ମିଳିଥିଲା ।  ଯାହାଙ୍କ ବୟସ ମାତ୍ର ୬ମାସ । ଆପଣ ଭାବୁଥିବେ ୬ମାସର କୁନି ଦଇତାପତି କେମିତି ମହାପ୍ରଭୁଙ୍କ ସେବା ନୀତି କରିବାକୁ ସକ୍ଷମ ହୋଇପାରିବେ ।  ହଁ ଏଇଟା ସତ ଯେ ୬ମାସର ଏହି କୁନି ଦଇତାପତି ମହାପ୍ରଭୁଙ୍କ ସେବା ନୀତିକାନ୍ତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ।

ହେଲେ ପରମ୍ପରା ମୁତାବକ ଯେତେବେଳେ ଅନବସର ସେବା ନୀତି ଚାଲିଥାଏ, ଯେଉଁଦିନ ଜ୍ବରରେ ପୀଡ଼ିତ ଶ୍ରୀଜିଉମାନଙ୍କୁ ଓଷ ଲାଗି ହୋଇଥାଏ ସେହି ଦିନଠାରୁ ଦଇତାକୂଳର ଶିଶୁମାନଙ୍କୁ ମହାପ୍ରଭୁଙ୍କ ସେବାରେ ନିୟୋଜିତ କରାଯାଇଥାଏ ।  ତା’ ପରେ ଯାଇ ସେମାନେ ଦଇତାକୂଳର ଭାଗାରି ଭାବେ ପରିଗଣିତ ହୋଇଥାନ୍ତି ।  ଏହି କୁନି ଦଇତାପତି ଜଣଙ୍କ ହେଲେ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ତଥା ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନାତି ତଥା ଯୁବ ଦଇତାପତି ଅମିତ ଦାସ ମହାପାତ୍ରଙ୍କ  ୬ମାସର ପୁଅ ଶ୍ରୀଅଙ୍ଗ ଦାସ ମହାପାତ୍ର ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବାକୁ ଦଇତାକୂଳରେ ଜନ୍ମ । ତେଣୁ ଆଗକୁ ୬ମାସର ଶ୍ରୀଅଙ୍ଗ ଦାସମହାପାତ୍ର ମଧ୍ୟ ନିଜ ବାପା, ଜେଜେବାପାଙ୍କ ଭଳି ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାର ସୁଯୋଗ ପାଇବେ । ତେଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଭାବେ ଏହି କୁନି ଦଇତାପତି ଶ୍ରୀଅଙ୍ଗ ଦାସ ମହାପାତ୍ର ଚତୁର୍ଦ୍ଧାମୂର୍ତ୍ତିଙ୍କ ଅସୁସ୍ଥତା ସମୟରେ ନିଜର ସେବା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ସେବା ସାରି ବାହାରକୁ ଆସିବା ପରେ ଏହି କୁନି ଦଇତାପତିଙ୍କୁ ଦେଖିବାକୁ ଶ୍ରୀମନ୍ଦିର ସାମ୍ନାରେ ଭକ୍ତଙ୍କ ଭିଡ଼ ଜମିଥିଲା ।

ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଶ୍ରୀଜିଉଙ୍କ ଘୋଷଯାତ୍ରାରେ ଦଇତାପତି ସେବକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଗୋଷ୍ଠୀଗତ ସେବା ମାଧ୍ୟମରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିଥିବା ବେଳେ ରଥଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ବାହାରକୁ ଆସୁଥିବାରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ବ କେବଳ ଏହି ଦଇତାପତି ସେବକଙ୍କ ଦାୟିତ୍ବ ।

   Related Posts