Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

୬ ମାସର ଶିଶୁ ପୁତ୍ର କରୋନା ପଜିଟିଭ, ଚାଲିଛି କଣ୍ଟାକ୍ଟ ଟ୍ରେସିଂ

5/08/2020 at 1:57 PM

ନୀଳଗିରି ୦୫।୦୮: କାୟା ମେଲାଇଚାଲିଛି କରୋନା । ନୀଳଗିରି ଅଞ୍ଚଳରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ପ୍ରଶାସନର ମୁଣ୍ଡ ବିନ୍ଧା ପାଲଟିଛି। ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ଅଞ୍ଚଳରେ ଏକ ୬ ମାସର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି।

ତେବେ ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୬ମାସର ଶିଶୁପୁତ୍ର ଅସୁସ୍ଥ ହୋଇଥିଲା । ଯାହାପରେ ତାଙ୍କୁ ବାଲେଶ୍ଵର ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସା ପରେ ସେଠାରୁ ଫେରିଥିଲେ, କିନ୍ତୁ ଘରେ ଜ୍ଵର ଲାଗିରହିଥିଲା । ଶିଶୁର ଜ୍ଵର ନଛାଡିବାରୁ ପୁଣି ବାଲେଶ୍ଵର ନିଆଯାଇଥିଲା । ସେଠାର ଶିଶୁର ରକ୍ତ ନମୁନା ପରୀକ୍ଷା କରାଯିବା ପରେ, ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି ।

ସେହିପରି ପୂର୍ବରୁ ନୀଳଗିରିରେ ପ୍ରଥମ କରୋନା ରୋଗୀ ଭାବେ ଧରମପୁର ପଞ୍ଚାୟତ ରିଗିଡି ଗାଁର ଅଢେଇ ବର୍ଷର ଶିଶୁପୁତ୍ର କରୋନା ଆକ୍ରାନ୍ତ ହୋଇଥିଲେ। ପୁଣି ଛଅ ମାସର ଶିଶୁ ପୁତ୍ରକୁ କରୋନା ସଂକ୍ରମଣ ପରେ  ତାଙ୍କ ସଂସ୍ପର୍ଶରେ କିଏ ଆସିଛି । କିଏ ଶିଶୁକୁ ଧରିଛି ତାହା ସ୍ଥାନୀୟ ପ୍ରଶାସନ ତଥ୍ୟ ସଂଗ୍ରହ କରୁଥିବା ଜଣାପଡିଛି।

   Related Posts