୩ ମାସ ପରେ ମୃତ୍ୟୁର ଫାଶରୁ ବର୍ତ୍ତିଲେ ୬ ମାଙ୍କଡ

Published By : Prameya-News7 Bureau | November 16, 2019 IST

ଝାରସୁଗୁଡା ୧୬।୧୧:  ବିପଦ ମୁକ୍ତ ହେଲେ ସମସ୍ତ ଛଅ ମାଙ୍କଡ । ବିଦ୍ୟୁତ ଖୁଣ୍ଟରେ ଫସିରହିଥିବା ଶେଷ ମାଙ୍କଡକୁ ମଧ୍ୟ  ଉଦ୍ଧାର କରାଯାଇଛି। ତିନି ମାସରୁ ଉର୍ଦ୍ଧ୍ବ ସମୟ ଧରି ଟାପୁରେ ଫସି ରହିଥିବା ସମସ୍ତ ମାଙ୍କଡକୁ  ଉଦ୍ଧାର କରିଛି ବନ ବିଭାଗ ।

{"id":185029,"sizeSlug":"large"}

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ଡୁମେରମୁଣ୍ଡା ଗାଁ ନିକଟରେ ଥିବା ହୀରାକୁଦ ରିଜର୍ଭର ଭିତରେ ରହିଥିବା  ଉଚ୍ଚ କ୍ଷମତା ସମ୍ପନ୍ନ ଟାୱାର ଖୁଣ୍ଟରେ ଫସି ରହିଥିଲେ ୧୧ ମାଙ୍କଡ଼। ଗତ ଅଗଷ୍ଟ ମାସରେ ବର୍ଷା ପାଣି ଆସିବା  ପରେ ସେଠାରୁ ମାଙ୍କଡ ମାନେ ବାହାରି ପାରି ନଥିଲେ। ଫସିରହିଥିବା ମାଙ୍କଡମାନଙ୍କ ମଧ୍ୟରୁ ଦୁଇଟି ମାଙ୍କଡ଼ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିସାରିଥିବା ବେଳେ ତିନୋଟ ଟି ମାଙ୍କଡ଼ ପାଣିରେ ବୁଡି ମୃତ୍ୟୁ ବରଣ କରିସାରିଛନ୍ତି ।

{"id":185030,"sizeSlug":"large"}

ନିଜ ଜୀବନକୁ ବାଜି ଲଗାଇ ଛଅ ମାଙ୍କଡ଼ ତିନି ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ନ ଖାଇ ନ ପିଇ ରହୁଥିବା ଦେଖି ସ୍ଥାନୀୟ ଲୋକମାନେ ଖାଇବାକୁ ଦେଉଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଗତ ତିନି ଦିନ ହେଲା ବନ ବିଭାଗ ପ୍ରଚେଷ୍ଟାରେ  ଗତ ବୁଧବାର ଦିନ ଗୋଟିଏ ଶିଶୁ ମାଙ୍କଡ଼, ଗୁରୁବାର ତିନୋ ଟି  ଓ  ଶୁକ୍ରବାର ସଂଧ୍ୟାରେ ଗୋଟିଏ ମାଙ୍କଡ଼ ଉଦ୍ଧାର କରାଯାଇ ଥିଲା , ତେବେ  ଆଜି ବିଦ୍ୟୁତ ଖୁଣ୍ଟରେ ଫସିରହିଥିବା ଶେଷ ମାଙ୍କଡକୁ ମଧ୍ୟ  ଉଦ୍ଧାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.