ଅନଲାଇନ୍ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ୬ ଯୁବକ ଗିରଫ, ୪ ମହିଳା ଉଦ୍ଧାର

Published By : Prameya-News7 Bureau | March 03, 2020 IST

ଭଦୋଦରା ୩।୩: ଗୁଜୁରାଟ ଭଦୋଦରାରେ ଅନଲାଇନ୍ ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ ହୋଇଛି ।  ଭଦୋଦରା ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏହି ଆନ୍ତଃ ରାଜ୍ୟ ସେକ୍ସ ରାକେଟ୍ ପର୍ଦ୍ଦାଫାଶ କରିଛି ।  ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ୪ ଜଣ ମହିଳାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।

ଏହି ରାକେଟ୍ ଦୁଇଟି ୱେବସାଇଟ୍ ‘Highest Standard Call Girls Escort Service Vadodara’ ଏବଂ ‘Oklute’ ମାଧ୍ୟମରେ କାର୍ଯ୍ୟ କରୁଥିଲା । ଦିନରେ ୬ହଜାର ଟଙ୍କା ଏବଂ ରାତିରେ ୧୫ହଜାର ଟଙ୍କାରେ ଏହି ରାକେଟ୍ ସେବା ପ୍ରଦାନ କରୁଥିଲା । ଏଜେଣ୍ଟମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏହି ୱେବସାଇଟ୍ ରେ ଫୋନ୍ ନମ୍ବର ମଧ୍ୟ ଦିଆଯାଇଥିଲା ।

ଏହି ୱେବସାଇଟ୍ ସମ୍ବନ୍ଧରେ ଖବର ପାଇବା ପରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ ଛାନଭିନ୍ ଆରମ୍ଭ କରିଥିଲା । ଜଣେ ପୋଲିସ ଅଧିକାରୀ ଗ୍ରାହକ ହୋଇ ଓ୍ବେବସାଇଟ୍ ରେ ଦିଆଯାଇଥିବା ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିଥିଲେ । ତାପରେ ଜଣେ ମହିଳାଙ୍କ ସହ ଏଜେଣ୍ଟ ଜଣଙ୍କ ହୋଟେଲରେ ପହଞ୍ଚିଥିଲା । ଆଗରୁ ପ୍ରସ୍ତୁତ ହୋଇ ରହିଥିବା ପୋଲିସ ଟିମ୍ ସେଠାରୁ ସେମାନଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ ଆମ୍ରେଲିର ନିତିନ ଭାଲା, ଦିଲ୍ଲୀର ସନ୍ଦୀପ କୁମାର, ମଧ୍ୟପ୍ରଦେଶର  ଅରଜନ ରାଜପୁତ, ଭଦୋଦରା ନିବାସୀ ହିରାଗ ପଟେଲ, ମହିସାଗରର ସଞ୍ଜୟ କୁମାର ଚକ୍ରବର୍ତ୍ତୀ ଏବଂ ସୁରଟର ବିନୋଦ ପଟେଲ । ପଞ୍ଜାବର ଅରବିନ୍ଦ ଶର୍ମା ସେଠାରୁ ଫେରାର ହୋଇଯାଇଥିଲା ।

ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ୪ଜଣ ମହିଳାଙ୍କ ମଧ୍ୟରୁ ଜଣେ ଗୁଜୁରାଟର ହୋଇଥିବା ବେଳେ ଅନ୍ୟ ୩ ଜଣ ଅନ୍ୟ ରାଜ୍ୟର ବୋଲି ଜଣାପଡିଛି । ସେମାନଙ୍କୁ କଣ୍ଟ୍ରାକ୍ଟ ବେସିସ୍ ରେ ନିଯୁକ୍ତି ଦିଆଯାଇଥିଲା । ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଏବଂ ରହିବା ପାଇଁ ଘର ଯୋଗାଇ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.