Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କାଳ ସାଜିଲା ଜେନେରେଟର: ଅଣନିଃଶ୍ୱାସୀ ହୋଇ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ

13/07/2021 at 3:38 PM

ଚନ୍ଦ୍ରପୁର ୧୩/୦୭ : ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାରେ ମଙ୍ଗଳବାର ଦିନ ଅଣନିଶ୍ୱାସୀ ହୋଇ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି। ଘରେ ଥିବା ଏକ ଜେନେରେଟରରୁ ନିର୍ଗତ ହେଉଥିବା କାର୍ବନ ମନୋକ୍ସାଇଡ ଗ୍ୟାସ ଯୋଗୁଁ ପରିବାର ସଦସ୍ୟଙ୍କ ଅଣନିଶ୍ୱାସୀ ହୋଇ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ପୋଲିସ ଏ ସମ୍ବନ୍ଧରେ ସୂଚନା ଦେଇଛି।

ପୋଲିସ କହିଛି ଯେ, ପୀଡିତ ପରିବାର ଚନ୍ଦ୍ରପୁର ଜିଲ୍ଲା ଦୁର୍ଗାପୁର ଅଞ୍ଚଳରେ ରହୁଥିଲେ। ସୋମବାର ରାତିରୁ ବର୍ଷା ଯୋଗୁଁ ଦୁର୍ଗାପୁରର ଅନେକ ଅଞ୍ଚଳରେ ବିଜୁଳି ନଥିଲା। ପରିବାରର ବରିଷ୍ଠ ସଦସ୍ୟ ଘରେ ଥିବା ଜେନେରେଟର ଚଲାଇଥିଲେ।

ନାଗପୁର ରେଞ୍ଜ ପୋଲିସ ମହାନିରୀକ୍ଷକ ଚିରଞ୍ଜିବି ପ୍ରସାଦ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଜେନେରେଟରରୁ ନିର୍ଗତ ହୋଇଥିବା କାର୍ବନ ମନୋକ୍ସାଇଡ ଗ୍ୟାସ ଯୋଗୁଁ ଅଣନିଶ୍ୱାସୀ ହୋଇ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଛି।

ମୃତକମାନେ ହେଲେ ରମେଶ ଲସ୍କର (୨୫), ଅଜୟ ଲସ୍କର (୨୧), ଲଖନ ଲସ୍କର (୧୦), କୃଷ୍ଣ ଲସ୍କର (୮), ପୂଜା ଲସ୍କର (୧୪) ଓ ମାଧୁରୀ ଲସ୍କର (୨୦)। ରମେଶ ପେସାରେ ଜଣେ ଠିକାଦାର। ଅଧିକାରୀ କହିଛନ୍ତି ଯେ ଘଟଣାରେ ଜଣେ ନାବାଳିକା ଶିଶୁର ଜୀବନ ବଞ୍ଚିଯାଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ପଛର ପ୍ରକୃତ କାରଣ ଜାଣିବାକୁ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇଛି।

   Related Posts