Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ସାରୁଅ ଜମି କେଳେଙ୍କାରୀ : ସାରୁଅ ମହିଳା ସମିତିରୁ ଇସ୍ତଫା ଦେଲେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ସମେତ ୬ କର୍ମକର୍ତ୍ତା, ଓଆଇପିଏଲ୍ ଏମ୍‌ଡ଼ିଙ୍କୁ ଦେଲେ ଇସ୍ତଫା ପତ୍ର

27/10/2020 at 12:48 PM

ଖୋର୍ଦ୍ଧା ୨୭।୧୦: ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା । ସାରୁଅ ମହିଳା ସମିତିରୁ ଇସ୍ତଫା ଦେଲେ ଅଧ୍ୟକ୍ଷାଙ୍କ ସହ ସମିତି କର୍ମକର୍ତ୍ତା । ସମିତିର ସଭାପତି ଜୟନ୍ତୀ ସାହୁ , କୋଷାଧ୍ୟକ୍ଷ ରଶ୍ମୀତା ମହାଭୋଇ  ଏବଂ ଅନ୍ୟ ୪ଜଣ ସଦସ୍ୟ ଇସ୍ତାଫ ଦେଇଛନ୍ତି ।

ଖବର ଅନୁଯାୟୀ,  ସାରୁଅ ମହିଳା ସମିତିରୁ  ସମିତି ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ କୋଷାଧ୍ୟକ୍ଷାଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଇସ୍ତଫା ଦେଇଛନ୍ତି । ଓଡିଶା ଇମ୍ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଏମ୍‌ଡିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଇସ୍ତଫାର କାରଣ ଅସ୍ପଷ୍ଟ ରହିଛି । କଣ ପାଇଁ ସଦସ୍ୟମାନେ ଇସ୍ତଫା ଦେଲେ , ତାହା ଜଣାପଡିନାହିଁ । ଓଡିଶା ଇମ୍ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ସାରୁଅ ମହିଳା ସମିତି ଗଠନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ସାରୁଅ ଜମି କେଳେଙ୍କାରୀ ମାମଲାରେ ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଛି ।  କିଛି ଦିନ ତଳେ ଜମି ଜବରଦଖଲ ନେଇ ସାରୁଅ ସ୍ଥିତ ଷ୍ଟୁଡିଓର ପାଚେରୀ ଭଙ୍ଗାଯାଇଥିଲା ।ସେହିପରି ଜମି ଜବରଦଖଲ ନେଇ ଓଟିଭି ଏମ୍‌ଡିଙ୍କ ବାପା ଓ ଭାଇଙ୍କୁ ନୋଟିସ୍ କରିଥିଲେ କ୍ରାଇମ୍‌ବ୍ରାଞ୍ଚ ।   

   Related Posts