Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ହେବ ଭୋଟ୍, ଜାଣନ୍ତୁ କେଉଁଠି କିଏ ପ୍ରାର୍ଥୀ

19/04/2019 at 5:58 PM

ଭୁବନେଶ୍ବର ୧୯|୪: ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳିରେ ମତଗ୍ରହଣ ହେବ । ଗତ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୯ଟି ଲୋକସଭା ଓ ୬୩ଟି ବିଧାନସଭା ପାଇଁ ଭୋଟ୍ ସରିଛି । ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ବର ଏବଂ ପୁରୀ ଲୋକସବା ଆସନ ପାଇଁ ମତଗ୍ରହଣ ହେବ ।

ସମ୍ବଲପୁର ଲୋକସଭା ଅନ୍ତର୍ଗତ କୁଚିଣ୍ଡା, ରଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ, ଛେଣ୍ଡିପଦା ଏବଂ ଆଠମଲ୍ଲିକ ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ ହେବ । କେନ୍ଦୁଝର ଲୋକସଭା ଆସନର ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ ବିଧାନସଭା ଆସନରେ ୨୩ ତାରିଖରେ ମତଗ୍ରହଣ ହେବ । ଢେଙ୍କାନାଳ ଲୋକସଭା ଆସନ ଅନ୍ତର୍ଗତ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର ଏବଂ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳିରେ ମଧ୍ୟ ୨୩ ତାରିଖରେ ମତଗ୍ରହଣ ହେବ । କଟକ ଲୋକସଭା ନିର୍ବାଚନମଣ୍ଡଳିର ବଡମ୍ବା, ବାଙ୍କି, ଆଠଗଡ, ବାରବାଟୀ- କଟକ, ଚୌଦ୍ବାର-କଟକ, କଟକ- ସଦର ଏବଂ ଖଣ୍ଡପଡା ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ଭୋଟଗ୍ରହଣ ହେବ  । ପୁରୀ ଲୋକସଭା ଆସନ ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଏବଂ ନୟାଗଡ ବିଧାନସବା ନିର୍ବାଚନମଣ୍ଡଳିରେ ତୃତୀୟ ପର୍ଯ୍ୟାୟରେ ମତଗ୍ରହଣ ହେବ ।  ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳି ଭୁବନେଶ୍ବର-ମଧ୍ୟ, ଭୁବନେଶ୍ବର-ଏକାମ୍ର , ଭୁବନେଶ୍ବର-ଉତ୍ତର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ଏବଂ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ମଧ୍ୟ ଭୋଟ୍ ଗ୍ରହଣ ହେବ ।

ଏହି ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା କ୍ଷେତ୍ରରେ ବହୁ ହେବିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କଟକରେ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ପ୍ରାର୍ଥୀ ହେଉଛନ୍ତି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର । ସେହିଭଳି ଏଠାରେ କଂଗ୍ରେସ ପ୍ରାର୍ଥୀ କରିଛି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ । ଦୀର୍ଘଦିନ ହେଲା ପଞ୍ଚାନନ ଦଳୀୟ ରାଜନୀତିଠାରୁ ଦୂରେଇ ରହିଥିଲେ । ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ । ପୁରୀରେ ଲଢେଇ ହେଉଛି ବିଜେଡି ପ୍ରାର୍ଥୀ ସାଂସଦ ପିନାକୀ ମିଶ୍ର, ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକଙ୍କ ମଧ୍ୟରେ । ଭୁବନେଶ୍ବରରେ ଆଇଏଏସ-ଆଇପିଏସ ଲଢେଇ ଚର୍ଚ୍ଚାରେ ରହିଛି । ଏଠାରେ ବିଜେଡି ପ୍ରାର୍ଥୀ କରିଛି ପୂର୍ବତନ ପୋଲିସ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ । ସିପିଆଇରୁ ପ୍ରାର୍ଥୀ ହୋଇଛନ୍ତି ଜନାର୍ଦ୍ଦନ ପତି । ସେହିଭଳି ସମ୍ବଲପୁରରେ ବିଜେଡି ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ନୀତେଶ ଗଙ୍ଗଦେବଙ୍କୁ ପ୍ରାର୍ଥୀ କରିଛି ବିଜେପି । କଂଗ୍ରେସ ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । କେନ୍ଦୁଝର ଲୋକସଭା ଆସନ ପାଇଁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବିଜେଡି ପ୍ରାର୍ଥୀ କରିଛି । ବିଜେପିରୁ ଅନନ୍ତ ନାୟକ ଏବଂ କଂଗ୍ରେସରୁ ଫକୀର ମୋହନ ନାୟକ ପ୍ରାର୍ଥୀ ହୋଇଛନ୍ତି । ଢେଙ୍କାନାଳ ଲୋକସଭା ଆସନରେ ବିଜେଡିରୁ ମହେଶ ସାହୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ରୁଦ୍ରନାରାୟଣ ପାଣି ଏବଂ କଂଗ୍ରେସରୁ କେ.ପି. ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି ।

ବିଧାନସଭା ଆସନ :

   Related Posts