Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଘନଘନ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି : ଏବେ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ, ୮ ଲକ୍ଷ ୭୦ ହଜାର ଲୋକ ପ୍ରଭାବିତ

14/07/2019 at 8:52 AM

ଗୁଆହାଟୀ ୧୪/୭: ଘନଘନ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି । ତେବେ ବନ୍ୟା ସମୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଏବେ ଚର୍ଚ୍ଚାରେ ରହିଛି । ଗୌହାଟୀ କାଳୀପୁତ୍ରରେ ଥିବା ଚକ୍ରେଶ୍ୱର ମନ୍ଦିର ମଧ୍ୟ ଦେଇ ବ୍ରହ୍ମପୁତ୍ରର ବନ୍ୟା ପାଣି ବୋହିଯିବା ବେଳେ ମନ୍ଦିର ବେଢାରେ ଥିବା ମହାବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତି ଦେଇ ପାଣି ପ୍ରବାହିତ ହୋଇଛି । 

ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀ ଓ ଏହାର ଶାଖା ନଦୀରେ ଆସିଥିବା ବନ୍ୟାରେ ୬ ଜଣଙ୍କର ମୃତ୍ୟୁ ହେଲା ଣି । ୮ ଲକ୍ଷ ୭୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବିପଦ ସଂକେତ ଉପରେ ନଦୀ ଜଳ ପ୍ରବାହିତ ହେଉଥିବାରୁ ୨୭ ହଜାର ହେକ୍ଟର ଜମି ବାଲିଚର ହୋଇଯାଇଛି । କାଜିରଙ୍ଗା ନ୍ୟାସନାଲ୍ ପାର୍କରେ ବନ୍ୟା ପାଣୀ ପ୍ରବେଶ କରିବାରୁ ବନ୍ୟ ପ୍ରାଣୀ ବିଶେଷ କରି ଗଣ୍ଡାଗୁଡିକ ଜନବସତି ଅଞ୍ଚଳକୁ ଚାଲିଆସୁଥିବା ଦେଖିବାକୁ ମିଳିଛି ।

ଲଗାତାର ବର୍ଷା ହେବା ଫଳରେ ଆସାମ ଓ ତ୍ରିପୁରା ମଧ୍ୟରେ ରେଳ ଚଳାଚଳକୁ ବନ୍ଦ କରିଦିଆଯାଇଛି | ଆସାମର ଜୋରହାଟ, ଦିବ୍ରୁଗଡ କୋକରାଝର, ସୋନିତପୁର ଅଞ୍ଚଳ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ପାଖାପାଖି ୮୦୦ ଗାଁରେ ପାଣି ପଶିଯାଇଛି । ୫୩ଟି ବନ୍ୟା ଆଶ୍ରୟସ୍ଥଳୀର ରହିବାକୁ ସରକାର ବ୍ୟବସ୍ଥା କରିଛନ୍ତି ।

   Related Posts