ଓପିଜିସି ଇବ୍ ଥର୍ମାଲରେ ଦୁର୍ଘଟଣା , ହପର୍ ଭୁଶୁଡ଼ି ୬ ଗୁରୁତର

Published By : Prameya-News7 Bureau | September 06, 2020 IST

ଝାରସୁଗୁଡା ୦୬।୦୯: ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ଥିବା ଓପିଜିସି ପରିଚାଳନାଧୀନ ଇବ ଥର୍ମାଲରେ ଦୁର୍ଘଟଣା । ୬ ଶ୍ରମିକ ଆହତ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଇବ ଥର୍ମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଇବ୍‌ ଥର୍ମାଲର ୟୁନିଟ ୩ର ସାଇଲୋର ହପର ଭାଙ୍ଗିବାରୁ ଗରମ ପାଉଁସ ପଡି ୬ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ଓପିଜିସି କର୍ତ୍ତୃପକ୍ଷ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇ ଥିବା ବେଳେ ଠିକା ଶ୍ରମିକ ପି ଭଗବାନ ପାତ୍ର, ହୃଷିକେଶ କର୍ତ୍ତା ଓ ଆକାଶ ଖମାରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବନହରପାଲି ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.