ରାସ୍ତା ଉପରେ ଛିଣ୍ଡି ପଡିଲା ବିଦ୍ୟୁତ୍ ତାର, ସଂସ୍ପର୍ଶରେ ଆସି ୬ ଆହତ
1/06/2019 at 1:23 PM

ଚୌଦ୍ବାର ୧|୬: ବିଦ୍ୟୁତ୍ ତାର ଛିଣ୍ଡି ୬ଜଣ ଆହତ ହୋଇଛନ୍ତି । ଚୌଦ୍ବାର ଥାନା ସମ୍ମୁଖରେ ଏହି ଅଘଟଣ ଘଟିଛି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଥିବା ଜଣାପଡିଛି । ସମସ୍ତ ଆହତଙ୍କ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଢେଙ୍କାନାଳରୁ ବାଇକ୍ ରେ କଟକ ଆସୁଥିବାବେଳେ ଚୌଦ୍ବାର ଥାନା ନିକଟରେ ଏଭଳି ଅଘଟଣ ଘଟିଛି । ହଠାତ୍ ୧୧କେଭି ବିଦ୍ୟୁ ତାର ଛିଣ୍ଡି ସେମାନଙ୍କ ଉପରେ ପଡିଥିଲା ଫଳରେ ସମସ୍ତେ ଗାଡିରୁ ତଳେ ପଡିଯାଇଥିଲେ । ଫଳରେ ସମସ୍ତେ ଆହତ ହୋଇଛନ୍ତି ।

ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନେ ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡିଛି । କେଉଁ ପରିସ୍ଥିତିରେ ଏଭଳି ବିଦ୍ୟୁତ୍ ତାର ଛିଣ୍ଡି ପଡୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Related Posts
ଟାଇଲ୍ ବୋହିବା ବେଳେ ଚାପି ହୋଇଗଲେ ଶ୍ରମିକ : ଜଣେ ମୃତ, ଦୁଇ ଗୁରୁତର
20 January 2021
ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ବାପା ମୃତ, ଝିଅ ଗୁରୁତର
20 January 2021