ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର

Published By : Prameya-News7 Bureau | April 12, 2021 IST

ଜଳେଶ୍ବର ୧୨।୪: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ନଳବାହାର ଠାରେ ଓଭରବ୍ରିଜ୍ ଓ୍ବାଲକୁ ଧକ୍କା ଦେଲା ବୋଲେରୋ ।  ଫଳରେ ୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":437045,"width":841,"height":463,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ମଦନ ଗଙ୍ଗେଇଙ୍କ ପରିବାର ଚିକିତ୍ସା ପାଇଁ ଚନ୍ଦନେଶ୍ଵରରୁ ବାଲେଶ୍ଵରକୁ ଏକ ବୋଲେରୋ ଗାଡିରେ ଯାଉଥିଲେ। ବୋଲେରୋ ଚାଳକଙ୍କ ଅସାବଧାନତା ଯୋଗୁଁ ଗାଡିଟି ଭାରସାମ୍ୟ ହରାଇ ନଳବାହାର ସ୍ଥିତ ଓଭରବ୍ରିଜ୍ ଓ୍ବାଲରେ ବାଡେଇ ହୋଇଥିଲା । ବୋଲେରୋରେ ଥିବା ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଜନସାଧାରଣ ଓ ବସ୍ତା ପୋଲିସ ପହଞ୍ଚି ଗୁରୁତର ଆହତଙ୍କୁ ରାଜପଥ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ ।  ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଦ୍ରୁତ ଗତିରେ ଗାଡି ଚାଳନା ଓ ମଦ୍ୟପ ଡ୍ରାଇଭରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.