ଭୋଜିବେଳେ କଲେଜ ପିଲାଙ୍କୁ ଗୋଡାଇ ଗୋଡାଇ ବିନ୍ଧିଲେ ମହୁମାଛି, ୬ ଜଣ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | March 13, 2020 IST

ବାଙ୍କୀ ୧୩।୩: ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମେଇ ଠାକୁରାଣୀଙ୍କ ପୀଠରେ କଲେଜ ଛାତ୍ରଛାତ୍ରୀ ଭୋଜି କରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ମହୁମାଛିଙ୍କ ଆକ୍ରମଣରେ ୬ଜଣ ଛାତ୍ରଛାତ୍ରୀ ଆହତ ଅବସ୍ଥାରେ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

{"id":237656,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଙ୍କୀ କଲେଜ ଛାତ୍ରଛାତ୍ରୀମାନେ ବନ୍ଧୁମିଳନ ନେଇ ମା’ ବ୍ରହ୍ମେଇ ଠାକୁରାଣୀଙ୍କ ପୀଠରେ ଭୋଜି କରୁଥିବା ସମୟରେ ସେଠାରେ ଥିବା ବରଗଛରେ ଧୂଆଁବାଜି ମହୁମାଛି ବାହାରକୁ ବାହାରିଥିଲେ । ମହୁମାଛି ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଫଳରେ ଆହତ ଅବସ୍ଥାରେ ୬ଜଣ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

{"id":237657,"sizeSlug":"large"}

ସେପଟେ ବନବିଭାଗକୁ ଖବର ଦେବା ପରେ ମଧ୍ୟ ଶୁଣୁନଥିବା ଅଭିଯୋଗ ହୋଇଛି । ହେଲେ ଏନେଇ ବନ ବିଭାଗ କର୍ମଚାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଦୈନନ୍ଦିନ ଏଠାରେ ବିବାହ, ବ୍ରତ ଆଦି କାର୍ଯ୍ୟ ଚାଲୁଥିବାବେଳେ ଏବେ ଭୟର ବାତାବରଣ । ମହୁମାଛିଙ୍କୁ ଘଉଡାଇବାକୁ ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.