ଅନୁଗୁଳରେ ଓଲଟିଲା ଯାତ୍ରୀବାହୀ ବସ୍ ; ୬ଜଣ ଆହତ

Published By : Prameya-News7 Bureau | October 04, 2018 IST

ଅନୁଗୁଳ ୪|୧୦:  ଅନୁଗୁଳ ସାଆଁନ୍ତରାପୁର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି । ସମ୍ବଲପୁରରୁ ଭୁବନେଶ୍ବର ଆସୁଥିବା ‘ଶୁଭମ୍’ ନାମକ ବସଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.