Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଉଡାଜାହାଜକୁ ଉଠିବା ପୂର୍ବରୁ ୬ ଭାରତୀୟଙ୍କୁ ଅଟକାଇ ଦେଲା ଚୀନ, ଅନିଶ୍ଚିତତାରେ ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ଭାଗ୍ୟ

1/02/2020 at 4:49 PM

ଉହାନ ୧।୨:  ଚୀନ ଉହାନର କରୋନା ଭାଇରସ ସଂକ୍ରମିତ କ୍ଷେତ୍ରରୁ ଭାରତୀୟ ନାଗରିକଙ୍କ ଉଦ୍ଧାର ଲାଗି ଯାଇଥିବା Air India ବିମାନ ୩୨୪ ଜଣଙ୍କୁ ନେଇ ଶନିବାର ଭାରତ ଫେରିଛି। ତେବେ ବିମାନ ବନ୍ଦରରେ ୬ ଜଣଙ୍କୁ ଶେଷ ମୁହୂର୍ତ୍ତରେ ଅଟକାଇ ଦେଇଛନ୍ତି ଚୀନ କର୍ତ୍ତୃପକ୍ଷ। ଉହାନ ବିମାନ ବନ୍ଦରରେ  ଅଟକାଇ ଦିଆଯାଇଥିବା ଭାରତୀୟଙ୍କ ମଧ୍ୟରେ ସେନଝେନର ଇଲେକ୍ଟ୍ରୋନିକ୍ସ କମ୍ପାନୀରେ କାମ କରୁଥିବା ୨ ଜଣ ଟ୍ରେନି ଓ ୪ ଜଣ ଛାତ୍ର ଥିବା ଜଣାପଡିଛି। ସେଠାରେ ଏବେ ସେମାନେ କ’ଣ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି।

ଅନ୍ୟ ଯାତ୍ରୀଙ୍କ ସହ ୬ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ୬ ଜଣଙ୍କ ଶାରୀରିକ ତାପମାତ୍ରା ସାମାନ୍ୟରୁ ଅଧିକ ଅଥବା କମ୍ ଥିବା ଜଣାପଡିଥିଲା। ଏଣୁ ଯାଞ୍ଚକାରୀ ଟିମ୍ ସେମାନଙ୍କୁ ତୁରନ୍ତ ଧାଡିରୁ ପୃଥକ କରିଦେଇଥିଲେ। ଜ୍ୱର, କଫ ଓ ଅନିୟମିତ ନିଶ୍ୱାସ ପ୍ରଶ୍ୱାସ ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ। ଏଣୁ ସେମାନଙ୍କୁ ଏଠାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ସହ ସ୍ଥାନୀୟ ହସ୍ପିଟାଲରୁ ଆମ୍ବୁଲାନ୍ସ  ଡକାଇ ସେଠାରୁ ବାହାରକୁ ପଠାଇ ଦେଇଥିଲେ।  ତେବେ ଏହା ପୂର୍ବରୁ ସେମାନଙ୍କ ଭାରତ ଫେରିବା ଏବେ ଅନିର୍ଦ୍ଧିଷ୍ଟ କାଳ ଲାଗି ସ୍ଥଗିତ ହେଲା ବୋଲି ସେମାନଙ୍କୁ ସୂଚିତ କରିଦିଆଯାଇଥିଲା।

ଏ ନେଇ ଭାରତୀୟ ଏମ୍ବାସୀଙ୍କୁ ସୂଚନା ମିଳିବା ମାତ୍ରେ ସେମାନଙ୍କ ସ୍ୱାସ୍ଥ୍ୟ ନେଇ ଦୂତାବାସ ପକ୍ଷରୁ ଚୀନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏଥିରେ ସେମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଚୀନ କର୍ତ୍ତୃପକ୍ଷଙ୍କୁ ଦୂତାବାସ ପକ୍ଷରୁ ନିବେଦନ କରାଯାଇଥିଲା। ଏହାର ଜବାବରେ ସେମାନେ ଯଦି ଚୀନ କର୍ତ୍ତୃପକ୍ଷଙ୍କ ସ୍ୱାସ୍ଥ୍ୟ ମାର୍ଗଦର୍ଶନ ପାଳନ କରିବେ ତେବେ ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ସ୍ୱଭାବିକ ହୋଇଯିବ ବୋଲି ପରାମର୍ଶ ଦିଆଯାଇଛି।

ଏବେ ଉହାନରେ ଅଟକ ଥିବା ଏହି ୬ ଜଣ ଭାରତୀୟଙ୍କ ସହ ଭାରତୀୟ ଗଣମାଧ୍ୟ ଯୋଗାଯୋଗ କରିବାରେ ଜଣେ କମ୍ପାନୀ ଟ୍ରେନି ପ୍ରାୟ ୧ ସପ୍ତାହରୁ ଅଧିକ କାଳ ହେଲା ସେ ସେଲଫ କ୍ୱାରେଣ୍ଟାଇନରେ ଥିଲେ ବୋଲି କହିଛନ୍ତି। ତେବ ସାମାନ୍ୟ ଶାରୀରିକ ତାପମାତ୍ରା ବୃଦ୍ଧିର କାରଣ ଅନ୍ୟ କିଛି ବି ହୋଇପାରେ। କାରଣ ସେ ଶର୍ଦ୍ଦି କି କଫରେ ଆକ୍ରାନ୍ତ ନୁହଁନ୍ତି ବୋଲି କହିଛନ୍ତି। ସ୍ଥାନୀୟ ଚୀନା ଅଧିକାରୀମାନେ ସେମାନେ କେତେ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରହିବେ ସେ ନେଇ କୌଣସି ସୂଚନା ଦେଉ ନଥିବା ବେଳେ ଆଗାମୀ ସମୟ ଏଠାରେ କିପରି କାଟିବୁ ତାହା ଆମେ ଜାଣିପାରୁନୁ ବୋଲି କହିଛନ୍ତି।

ଏପରିକି ଏହି ସମୟରେ କଣ ଖାଇବୁ, କେଉଁଠି ରହିବୁ ତାହା ମଧ୍ୟ ସେମାନଙ୍କୁ ଜଣା ନଥିବା କହିଛନ୍ତି।  ଯଦି ଆମେ ଏଭଳି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଥାଉ ଆମେ କଣ କରିବୁ ତା ବି ଜାଣିନୁ ବୋଲି ଜଣାଇଛନ୍ତି।  ହୁବେଇର ଅନ୍ୟାନ୍ୟ ଅଞ୍ଚଳରେ ରହୁଥିବା ଭାରତୀୟଙ୍କ ଉଦ୍ଧାର ଲାଗି ଶନିବାର ରାତିରେ ଆଉ ଏକ ସ୍ୱତନ୍ତ୍ର ବିମାନ ଉହାନରୁ ଦିଲ୍ଲୀ ଉଡାଣ କରିବ। ହୁଏତ ଏଥିରେ ସେମାନଙ୍କୁ ଭାରତ ଯିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇ ପାରନ୍ତି ବୋଲି ସେମାନେ ଆଶାବ୍ୟକ୍ତ କରୁଛନ୍ତି। ହେଲେ ଚୀନ କର୍ତ୍ତୃପକ୍ଷ ଥରେ ମନା କରିସାରିଥିବାରୁ ଅନୁମତି ମିଳିବ କି ନା ସେ ନେଇ ଏବେ ଚିନ୍ତାରେ ପଡିଛନ୍ତି।

   Related Posts