କରୋନା ନେଲା IIT ର ୬ଜଣ ଛାତ୍ରଙ୍କ ଚାକିରୀ : ଲକଡାଉନ୍ କାରଣରୁ ରଦ୍ଦ କରାଗଲା ଜବ୍ ଅଫର୍

Published By : Prameya-News7 Bureau | April 24, 2020 IST

ଚେନ୍ନାଇ ୨୪/୪: କରୋନା ଭାଇରସ୍ ଯୋଗୁଁ ପୂରା ଦେଶ ଆତଙ୍କିତ ରହିଛି। ବିଶ୍ବର ଅର୍ଦ୍ଧାଧିକ ଜନସଂଖ୍ୟା ଲକଡାଉନ୍ କାରଣରୁ ଘରେ ବନ୍ଦ ଅଛନ୍ତି। ଅନେକ ଦେଶର ଅର୍ଥ ବ୍ୟବସ୍ଥା ମାନ୍ଦା ହୋଇ ପଡ଼ିଛି। ଏବେ ଏହାର ପ୍ରଭାବ ଭାରତର IIT, IIM ଭଳି ପ୍ରିମିୟମ୍ ସଂସ୍ଥାରେ ମଧ୍ୟ ଦେଖିବାକୁ ମିଳୁଛି । ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଚାକିରୀ ଭଲ ଜାଗାରେ ଭଲ ଦରମା ସହ ହୋଇଥାଏ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସମସ୍ୟା ବଢ଼ିବା ଆରମ୍ଭ ହୋଇଯାଇଛି।

ମାଡ୍ରାସ୍ IIT ର ୬ଜଣ ଛାତ୍ରଙ୍କ ଜବ୍ ଅଫର ରଦ୍ଦ କରି ଦିଆଯାଇଛି। ମାଡ୍ରାସ୍ IIT ଏଠାକାର ଟପ୍ ଇଞ୍ଜିନିୟରିଂ କଲେଜ। ଇନଷ୍ଟିଚ୍ୟୁଟର କହିବା ଅନୁଯାୟୀ ଯେଉଁ ଛାତ୍ରଙ୍କୁ ଜବ୍ ଅଫର କରାଯାଇଥିଲା ସେମାନଙ୍କ ମଧ୍ୟରୁ ଜଣଙ୍କର ମଧ୍ୟ ଜବ୍ ଅଫର ରଦ୍ଦ କରାଯାଇନାହିଁ। ଏହି ସୂଚନା ପରେ ଆଇଆଇଟି ବମ୍ବେ ଏବଂ ଆଇଆଇଟି ଗୁଆହାଟୀ ନିଜ ଛାତ୍ରଙ୍କୁ ଆଶ୍ବାସନା ଦେଇଛି ଯେ କୌଣସି ଇଣ୍ଟର୍ଣ୍ଣଶିପ୍ କିମ୍ବା ଜବ୍ ଅଫର ରଦ୍ଦ କରାଯାଇନାହିଁ। ଆଇଆଇଟି ବମ୍ବେ କହିଛି ଯେ କରୋନା ଭାଇରସ୍ ଯୋଗୁଁ ପ୍ଲେସମେଣ୍ଟକୁ ରୋକି ଦିଆଯାଇଛି ଏବଂ ଆଇଆଇଟି ଗୁଆହାଟୀ କହିଛି ଯେ କରୋନା ଭାଇରସ୍ ଯୋଗୁଁ ଜଏନିଂ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.