ଗୁରୁବାର ୬ଘଣ୍ଟିଆ ଖଇରା ବନ୍ଦ, ACFO ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦେବା ଦାବି

Published By : Prameya-News7 Bureau | September 08, 2021 IST

ସୋର ୮।୯: ଏସିଏଫଓ ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦାବିରେ ଗୁରୁବାର ୯ ତାରିଖ ଖଇରା ବନ୍ଦ । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୫୬ଦିନ ବିତିଯାଇଥିଲେ ମଧ୍ୟ ଦୋଷୀମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ପ୍ରଶାସନ ନେଉନଥିବାରୁ ଖଇରା ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି ।

{"id":508212,"width":755,"height":415,"sizeSlug":"full","linkDestination":"none"}

ଗତ ଦୁଇ ଦିନ ତଳେ ଖଇରା ଦୁର୍ଗାମଣ୍ଡପ ପରିସରରେ ୨୦ରୁ ଅଧିକ ବିଭିନ୍ନ ସଂଗଠନ ପକ୍ଷରୁ ବୈଠକ ବସିଥିଲା । ବୈଠକରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଆସନ୍ତା ୯ ତାରିଖ ଗୁରୁବାର ଖଇରାରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ । ଏଥିନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ଅନ୍ୟମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆହୁରି ଆନ୍ଦୋଳନ ତୀବ୍ର ହେବା ନେଇ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.