ACF ସୌମ୍ୟରଞ୍ଜନଙ୍କ ପରିବାରକୁ ନ୍ୟାୟ ଦାବି : ବିଭିନ୍ନ ସଂଗଠନର ୬ଘଣ୍ଟିଆ ବନ୍ଦ ଡାକରା

Published By : Prameya-News7 Bureau | September 06, 2021 IST

ସୋର ୬।୯: ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୫୫ଦିନ ବିତିଯାଇଥିଲେ ମଧ୍ୟ ଦୋଷୀମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ପ୍ରଶାସନ ନେଉନଥିବାର ଖଇରା ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଖଇରା ଦୁର୍ଗା ମଣ୍ଡପ ପରିସରେ ୨୦ରୁ ଅଧିକ ବିଭିନ୍ନ ସଂଗଠନ ପକ୍ଷରୁ ବୈଠକ ବସିଥିଲା । ବୈଠକରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଆସନ୍ତା ୯ ତାରିଖ ଗୁରୁବାର ଖଇରାରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ । ଏଥିନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ଅନ୍ୟମାନଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବା ନେଇ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.