ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାର ପ୍ରତିବାଦ, ଆଜି ୬ଘଣ୍ଟିଆ ରାଜନଗର ବନ୍ଦ
21/06/2019 at 9:58 AM

ରାଜନଗର ୨୧|୬: ଆଜି ୬ଘଣ୍ଟିଆ ରାଜନଗର ବନ୍ଦ । ସ୍ଥାନୀୟ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଦୁର୍ବୃତ୍ତ ଭାଙ୍ଗିବା ଘଟଣାର ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ ୭ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି ।

ଗତ ୧୯ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ତ୍ରିନାଥ ବଜାର ନିକଟରେ ବିଜୁ ସ୍ମୃତି ସଂସଦ ମଧ୍ୟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ ।