ତୀର୍ଥଯାତ୍ରାର ବାହାନା କରି ପାକିସ୍ତାନରୁ ଭାରତ ଫେରିଲେ ୬ଟି ହିନ୍ଦୁ ପରିବାର : ଏଠାରେ ମିଳିଲା ଆଶ୍ରୟ

Published By : Prameya-News7 Bureau | October 30, 2020 IST

ମିରଟ ୩୦/୧୦: ପାକିସ୍ତାନର ଲୋକଙ୍କଠୁ ଅତିଷ୍ଠ ହୋଇ ୬ଟି ହିନ୍ଦୁ ପରିବାର ତୀର୍ଥର ବାହାନା କରି ଭାରତ ଫେରି ଆସିଛନ୍ତି। ପାକିସ୍ତାନରୁ ଆସିଥିବା ହିନ୍ଦୁଙ୍କୁ ମୁଜାଫରନଗରର ମୋରନା ଗାଁ ଶୁକ୍ରତାଳର ପୂର୍ବତନ ମୁଖିଆ ନୀରଜ ରାୟଲ ଶାସ୍ତ୍ରୀ ଦିଲ୍ଲୀରୁ ଆଣି ଚାଷ କରିବା ପାଇଁ ଜମି ଦେଇଛନ୍ତି ଯାହା ଦ୍ବାରା ତାଙ୍କର ଏବଂ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟିପାରିବ। ଭାଜପାର କର୍ମୀ ପାକିସ୍ତାନରୁ ଆସିଥିବା ହିନ୍ଦୁଙ୍କ ସ୍ବାଗତ କରିଥିଲେ ତଥା ଯଥାସମ୍ଭବ ସାହାଯ୍ୟ କରିବା କଥା କହିଥିଲେ।

ତୀର୍ଥ ନଗରୀ ଶୁକ୍ରତୀର୍ଥର ପୂର୍ବତନ ମୁଖିଆ ନୀରଜ ରାୟଲ ଶାସ୍ତ୍ରୀ କହିଛନ୍ତି ଯେ ତାଙ୍କୁ ଜଣା ପଡ଼ିଯାଇଥିଲା ଯେ ପାକିସ୍ତାନରୁ କିଛି ହିନ୍ଦୁ ପରିବାର ଅତ୍ୟାଚାର କାରଣରୁ ପାକିସ୍ତାନକୁ ଛାଡ଼ି ଭାରତ ଚାଲି ଆସିଛନ୍ତି। ପାକିସ୍ତାନରୁ ୬ଟି ପରିବାର ତୀର୍ଥ କରିବାର ବାହାନା କରି ସେଠାରୁ ବାହାରି ଆସିଥିଲେ ଏବଂ ଭାରତରେ ଆସି ମୂଲ ଲାଗିଥିଲେ।

ନୀରଜ ରାୟଲ,ସୁନୀଲ ଚୌଧୁରୀ,ରାଜେନ୍ଦ୍ର ସିଂହ ବୀରପାଳ ସହରାଓ୍ବତ ସୋନୁ କୁମାର,ମହକ ସିଂହ,ସତ୍ୟ କୁମାର,ସୋନବୀର ଆଦି ଲୋକ ପାକିସ୍ତାନରୁ ଆସିଥିବା ଲୋକଙ୍କୁ ଦିଲ୍ଲୀ ଆଣିବା ପାଇଁ ପହଞ୍ଚି ଯାଇଥିଲେ ଏବଂ ଏମାନଙ୍କ ରହିବା ଏବଂ ଖାଇବାର ବ୍ୟବସ୍ଥା କରିଥିଲେ।

ପରେ ଏହି ଲୋକଙ୍କୁ ନୀରଜ ଗୁଜୁରାଣ ମେଣ୍ଟାଇବା ପାଇଁ ୫-୫ ବିଘା ଜମି ଚାଷ କରିବା ପାଇଁ ଦିଆଯାଇଥିଲଶ ଯାହା ଫଳରେ ସେହି ଜମିରେ କାମ କରି ନିଜ ପରିବାରର ଭରଣ ପୋଷଣ କରି ପାରିବେ। ପୂର୍ବତନ ମୁଖିଆ କହିଥିଲେ ଯେ ସେମାନେ ଭାଜପା ସରକାରଙ୍କୁ ଦାବି କରୁଛନ୍ତି ଯେ ପାକିସ୍ତାନରେ ଫସିଥିବା ଏମାନଙ୍କ ପରିବାର ଲୋକଙ୍କୁ ଭାରତକୁ ଅଣାଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.