ଉପରମୁଣ୍ଡରେ ବଢୁଛି ବର୍ଷା, ଖୋଲିବ ହୀରାକୁଦ ଜଳ ଭଣ୍ଡାରର ୬ଟି ଗେଟ୍

Published By : Prameya-News7 Bureau | September 14, 2021 IST

ଭୁବନେଶ୍ବର ୧୪।୯: ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି । ପର୍ଯ୍ୟାୟ କ୍ରମେ ଏ ସବୁ ଗେଟ୍ ଖୋଲିବ । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ୧ ଲକ୍ଷ ୬୦ହଜାର କ୍ୟୁସେକ୍ ଜଳ ହୀରାକୁଦରେ ପ୍ରବେଶ କରୁଛି । ସର୍ବାଧିକ ୨ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ପ୍ରବେଶ କରିବା ନେଇ ଆକଳନ କରାଯାଇଛି ।

ଜଳଭଣ୍ଡାରର ୬ଟି ଗେଟ୍ ଖୋଲାଯିବା ଦ୍ବାରା ହୀରାକୁଦରୁ ୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ । ଏ ଦୃଷ୍ଟିରୁ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ବର୍ତ୍ତମାନ ସୁଦ୍ଧା ନାହିଁ । ଅନ୍ୟ ସ୍ଥାନରେ ବନ୍ୟା ଆଶଙ୍କା ନାହିଁ । ଅତ୍ୟଧିକ ବର୍ଷା ଯୋଗୁଁ କେବଳ ଫ୍ଲାସ୍ ଫ୍ଲଡ଼୍ ହୋଇଛି । ଆଖୁଆପଦାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ଯେହେତୁ କେନ୍ଦୁଝରରେ ବର୍ଷା ଅଧିକ ନାହିଁ ତେଣୁ ଏଠାରେ ବି ବନ୍ୟାର ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.