Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଉପର ମୁଣ୍ଡରେ ଲାଗି ରହିଛି ବର୍ଷା, ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

14/09/2021 at 5:40 PM

ସମ୍ବଲପୁର ୧୪।୯: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ । ବାମ ପାର୍ଶ୍ବର ୪ଟି ଗେଟ୍ ଖୋଲିଥିବା ବେଳେ ଓ ଡାହାଣ ପାର୍ଶ୍ବର ୨ଟି ସ୍ଳୁଇସ୍ ଗେଟ୍ ଖୋଲାଯାଇଛି । ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜଳଭଣ୍ଡାରକୁ ୨ ଲକ୍ଷ ୧୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ମଧ୍ଯ ବଢୁଛି । ବର୍ତ୍ତମାନ ଜଳସ୍ତର ରହିଛି ୬୨୬.୮୩ ଫୁଟ ରହିଛି ।

ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ବର୍ତ୍ତମାନ ସୁଦ୍ଧା ନାହିଁ । ଅନ୍ୟ ସ୍ଥାନରେ ବନ୍ୟା ଆଶଙ୍କା ନାହିଁ । ଅତ୍ୟଧିକ ବର୍ଷା ଯୋଗୁଁ କେବଳ ଫ୍ଲାସ୍ ଫ୍ଲଡ଼୍ ହୋଇଛି । ଆଖୁଆପଦାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ଯେହେତୁ କେନ୍ଦୁଝରରେ ବର୍ଷା ଅଧିକ ନାହିଁ ତେଣୁ ଏଠାରେ ବି ବନ୍ୟାର ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଥିଲେ ।

   Related Posts