ପୁଣି ଥରିଲା ଆସାମ, ଗୋଟିଏ ରାତିରେ ୬ଥର ଭୂକମ୍ପ ଝଟ୍‌କା

Published By : Prameya-News7 Bureau | April 29, 2021 IST

ଗୌହାଟି ୨୯।୦୪: ପୁଣି ଭୁକମ୍ପରେ ଥରିଲା ଆସାମ । ୨ ଦିନ ମଧ୍ୟରେ ୬ରୁ ଅଧିକ ଥରର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ୬ ଥରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପର ପ୍ରଥମ ଝଟ୍‌କା ରାତି ୧୨.୨୪ ମିନିଟ ହୋଇଥିବା ବେଳେ ଶେଷ ଝଟ୍‌କା ୨.୩୮ମିନିଟରେ ହୋଇଛି । ସେହିପରି ରାତି ୧.୨୦ ମିନିଟରେ ଆସିଥିବା ଭୁକମ୍ପ ଝଟ୍‌କାର ତିବ୍ରତା ସବୁଠାରୁ ଅଧିକ ବୋଲି ରେକର୍ଡ କରାଯାଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୬ଥିବା ରେକର୍ଡ ହୋଇଛି ।

ସେହିପରି ରାତି ୧୨ଟା ପରେ ଗୋଟିଏ ପରେ ଗୋଟିଏ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ପ୍ରଥମ ୧୨.୨୪ମିନିଟ୍‌, ୧.୧୦ ମିନିଟ, ୧.୨୦ ମିନିଟ୍‌, ୧.୪୧ ମିନିଟ୍‌, ୧.୫୨ ମିନିଟ୍‌ ଏବଂ ୨.୩୮ ମିନିଟରେ ଝଟ୍‌କା ଆସିଥିଲା । ସମସ୍ତ ଭୂକମ୍ପର ତିବ୍ରତା ୪.୬, ୨.୭ , ୨.୩ ଏବଂ ୨.୭ ମଧ୍ୟରେ ରହିଥିଲା । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

wp:html /wp:html

ଏହାପୂର୍ବରୁ ବୁଧବାର ଦିନ ଅନେକ ଥରର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ବୁଧବାର ସକାଳ ୭.୫୧ ମିନିଟରେ ଆସାମରେ ୬.୪ ତୀବ୍ରତାର ଭୂକମ୍ପ ଝଟ୍‌କା ହୋଇଥିଲା । ତେଜପୁର ଭୂକମ୍ପର କେନ୍ଦ୍ର ଥିଲା ବୋଲି କୁହାଯାଉଛି। ଭୂକମ୍ପ ଝଟକା ଏତେ ତୀବ୍ର ଥିଲା ଯେ ବିହାର ଓ ଉତ୍ତର ବଙ୍ଗଳାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପ ଝଟକାରେ କେଉଁଠି ରାସ୍ତାରେ ଫାଟ ସୃଷ୍ଟି ହୋଇଛି ତ କେଉଁଠି ବଡ ବଡ କୋଠା ବଙ୍କା ହୋଇଯାଇଛି। ଆସାମରେ ହୋଇଥିବା ୬.୪ ତୀବ୍ରତାର ଭୂକମ୍ପରେ କେବଳ ରାସ୍ତାଘାଟ, କୋଠା, ଘର ହିଁ ଭାଙ୍ଗିନି ବରଂ ରାଜ୍ୟର ଉଦଲଗୁରୀ ପାହାଡ ମଧ୍ୟ ଭାଙ୍ଗି ଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର (ଆରଏମସି) ଜଣେ ଅଧିକାରୀଙ୍କ ମୁତାବିକ,  ଏହାପରେ ସକାଳ ୮.୩ ମିନିଟ, ୮.୧୩ମିନିଟ, ୮.୨୫ ମିନିଟ୍‌, ୮.୪୪ ମିନିଟ୍‌ରେ ୪.୭, ୪ ଓ ୨ ଥର ୩.୬ ତିବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା  । ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେବାଲ, କେଉଁ ଜିଲ୍ଲାରେ କଣ କ୍ଷୟକ୍ଷତି ହୋଇଛି ସେସବୁ ଆକଳନ କରୁଛନ୍ତି । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କାହାରି କିଛି ଅସୁବିଧା ନହେବ ସେସବୁର ବ୍ୟବସ୍ଥା କରାଯାଉଛି 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.